Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା: ଏଏସ୍ଆଇ ପକ୍ଷରୁ ସତ୍ୟପାଠ ଦାଖଲ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ଏକ ବଡ ଖବର ସାମ୍ନାକୁ ଆସିଛି। ଏଏସ୍ଆଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସ୍ଆଇ ଅଧୀକ୍ଷକ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଭିତର ଭଣ୍ଡାର କେବେ ମଧ୍ୟ ଅନୁଧ୍ୟାନ ହୋଇନାହିଁ।

୨୦୧୮ରେ ଶେଷ ଥର ପାଇଁ ବାହାର ଭଣ୍ଡାର ଅନୁଧ୍ୟାନ ହୋଇଥିଲା। ସେତେବେଳେ ଛାତରୁ ପାଣି ଗଳୁଥିବା କହିଛନ୍ତି। ଚଟାଣରେ ପଥର ପଡ଼ିଥିଲା। କାନ୍ଥ ଭିତରୁ ଏକ ଫମ୍ଫସା ଶବ୍ଦ ମଧ୍ୟ ଶୁଭୁଥିଲା ମଧ୍ୟ ଅଧୀକ୍ଷକ କହିଛନ୍ତି। ଏହା ସହ ଏଏସ୍ଆଇ ଅଧୀକ୍ଷକ କହିଛନ୍ତି ରତ୍ନଭଣ୍ଡାରର ମରାମତି ଆବଶ୍ୟକ ରହିଛି। ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଯଥାଶୀଘ୍ର ମରାମତି କରିବୁ ବୋଲି ଏଏସ୍ଆଇ ଅଧୀକ୍ଷକ କହିଛନ୍ତି।

Leave A Reply

Your email address will not be published.