Odisha Link
Bridging the Missing Links in Odisha

ସଂସଦରେ ଅନାସ୍ଥା ପ୍ରସ୍ତାବ; ଆଜି ପୁଣିଥରେ ଗୃହରେ ହେବ ଆଲୋଚନା

ଓଏଲ୍‌ ବ୍ୟୁରୋ: ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେଉଛି। ଆଜି ସଂସଦରେ ଅନାସ୍ଥା ବିତର୍କ ଜାରି ରହିବ। ଲୋକସଭାରେ ଅନାସ୍ଥା ବିତର୍କରେ ରାହୁଲ ଗାନ୍ଧୀ ବିତର୍କ କରିବେ ବୋଲି ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଦାବିରେ ବିରୋଧୀ ଅଟଳ ଥିବା ବେଳେ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବିରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ ବୋଲି ପୂର୍ବରୁ ବିଜୁ ଜନତା ଦଳ ପକ୍ଷରୁ ସୂଚନା ଜାରି କରାଯାଇଥିଲା।

ସେହିଭଳି ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ପାଇଁ କେଉଁ ଦଳ କେତେ ସମୟ କହିବେ ଏନେଇ ବାଚସ୍ପତି ସମୟ ସ୍ଥିର କରିଛନ୍ତି। ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ପାଇଁ ବିଜେପିକୁ ୬ଘଣ୍ଟା ୪୧ ମିନିଟ୍ ଏବଂ କଂଗ୍ରେସକୁ ମିଳିବ ୧ଘଣ୍ଟା ୧୫ ମିନିଟ୍ ମିଳିଛି। ସମୁଦାୟ ଚର୍ଚ୍ଚା ପ୍ରାୟ ୧୨ ଘଣ୍ଟା ଚାଲିବ। ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହେବ।

ତନ୍ମଧ୍ୟରେ ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ପାଇଁ ଏସ୍‌ପି, ଏନ୍‌ସିପି, ସିପିଆଇ, ଟିଡିପି, ଅକାଳୀ, ଆପ୍‌କୁ ୫୨ ମିନିଟ। ଏଆଇଏଡିଏମ୍‌କେ, ଆଜସୁ, ଏମ୍‌ଏନ୍‌ଏଫ୍, ଏନ୍‌ପିପିକୁ ୧୭ ମିନିଟ। ଅନାସ୍ଥା ବିତର୍କରେ କହିବାକୁ ବିଜେଡିକୁ ୧୬ ମିନିଟ ସମୟ ମିଳିଛି। ଡିଏମକେ ଏବଂ ଟିଏମସିକୁ ୩୦ ମିନିଟ ଲେଖାଏଁ ଏବଂ ଶିବସେନା ୨୪, ଜେଡିୟୁ ୨୧, ବିଆର୍‌ଏସ୍‌ ୧୨, ଏଲ୍‌ଜେପିକୁ ୮ ମିନିଟ ସମୟ ଦିଆଯାଇଛି।

Leave A Reply

Your email address will not be published.