ଆଜି ଅନ୍ତର୍ଜାତୀୟ ଦେଶଜ ଅଧିବାସୀ ଦିବସ, ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଆଜି ଅନ୍ତର୍ଜାତୀୟ ଦେଶଜ ଅଧିବାସୀ ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ମୋ ଜଙ୍ଗଲ ଜମି ଯୋଜନା” କାର୍ଯ୍ୟକ୍ରମର ଲୋକାର୍ପଣ କରିବେ। ଜନଜାତି ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା, ଯୋଗ୍ୟ ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ଜଙ୍ଗଲ ଅଧିକାରକୁ ସୁନିଶ୍ଚିତ କରିବା, ଜଙ୍ଗଲର ଜୈବ ବିବିଧତାର ସଂରକ୍ଷଣ, ଜୀବନ ଜୀବିକା ପ୍ରଣାଳୀରେ ସ୍ଥାୟିତ୍ବ ରକ୍ଷା ଇତ୍ୟାଦି ଏହି ଯୋଜନାର ଲକ୍ଷ୍ୟ ଅଟେ।