Odisha Link
Bridging the Missing Links in Odisha

ମା’ ଚର୍ଚ୍ଚିକାଙ୍କ ପୀଠରେ ୫-ଟି ସଚିବ, ମନ୍ଦିରର ବିକାଶ ନେଇ କଲେ ଆଲୋଚନା

ଓଏଲ୍‌ ବ୍ୟୁରୋ: ଦୁଇଦିନିଆ କଟକ ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍। କଟକ ଜିଲ୍ଲା ବାଙ୍କୀରେ ୫-ଟି ସଚିବ ପହଞ୍ଚି ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ଦର୍ଶନ କରିବା ସହ ମନ୍ଦିରରେ ପାର୍ଶ୍ଵ ଦେବାଦେବୀଙ୍କ ମଧ୍ୟ ଦର୍ଶନ କରିଛନ୍ତି। ମନ୍ଦିର ପ୍ରଶାସନ ଓ ସେବାୟତ ମାନଙ୍କ ସହ ମନ୍ଦିରର ବିକାଶ କେମିତି ହେବା ନେଇ ସମୀକ୍ଷା କରିଛନ୍ତି।

ସୂଚନା ଅନୁସାରେ, ଗତକାଲି ୫-ଟି ସଚିବ ଭି.କେ ପାଣ୍ଡିଆନ୍ କଟକ ଆଠଗଡରେ ପହଞ୍ଚି ବିକାଶ କାର୍ଯ୍ୟର ସମୀକ୍ଷା କରିବା ସହ ମିନି ଷ୍ଟାଡିୟମରେ ଆୟୋଜିତ ଜନଶୁଣାଣୀ ସଭାରେ ଲୋକଙ୍କୁ ଭେଟିଥିଲେ। ଲୋକଙ୍କୁ ଭେଟିବା ସହ ଦରଖାସ୍ତ ଗ୍ରହଣ କରିଥିଲେ।

ସେହିପରି ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ୫-ଟି ସଚିବ ଭି.କେ ପାଣ୍ଡିଆନ୍ କହିଥିଲେ। ଜନଶୁଣାଣୀ ସଭାରେ ବହୁ ସଂଖ୍ୟାରେ ମିଶନ ଶକ୍ତି ମାଆ ଓ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ମିନି ଷ୍ଟାଡିୟମରେ ଆୟୋଜିତ ଜନଶୁଣାଣୀ ସଭାରେ ଲୋକଙ୍କୁ ଭେଟିବା ସହ ଯେଉଁ ସବୁ ଦାବି ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

Leave A Reply

Your email address will not be published.