ସଫଳତା ଅଭିମୁଖେ ଚନ୍ଦ୍ରଯାନ-୩, ସାମ୍ନାକୁ ଆସିଲା ଚନ୍ଦ୍ର କକ୍ଷପଥର ନିକଟତର ଚିତ୍ର

ଓଏଲ୍ ବ୍ୟୁରୋ: ସଫଳତା ଅଭିମୁଖେ ଇସ୍ରୋ। ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରଯାନ-୩ ପ୍ରବେଶ କରିଛି। ଏହା ସହ ଚନ୍ଦ୍ରର ପ୍ରଥମ ଫଟୋ ଚନ୍ଦ୍ରଯାନ-୩ ପଠାଇବା ପରେ ଏବେ ଆଉ ଏକ ନିକଟତର ଚିତ୍ର ସାମ୍ନାକୁ ଆସିଛି। ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଟ୍ବିଟ୍ କରିଥିବା ଚନ୍ଦ୍ରମାର ପ୍ରଥମ ଫଟୋର ବାମପଟେ ସ୍ବର୍ଣ୍ଣିମ ରଙ୍ଗର ଚନ୍ଦ୍ରଯାନର ସୋଲାର ପ୍ୟାନେଲ ଦୃଶ୍ୟମାନ ହେଉଛି।
Chandrayaan-3 Mission:
🌎 viewed by
Lander Imager (LI) Camera
on the day of the launch
&
🌖 imaged by
Lander Horizontal Velocity Camera (LHVC)
a day after the Lunar Orbit InsertionLI & LHV cameras are developed by SAC & LEOS, respectively https://t.co/tKlKjieQJS… pic.twitter.com/6QISmdsdRS
— ISRO (@isro) August 10, 2023
ସୂଚନା ଅନୁସାରେ, ଚନ୍ଦ୍ରର ପ୍ରଥମ ଫଟୋ ଚନ୍ଦ୍ରଯାନ-୩ ପଠାଇଥିବା ସମ୍ନାକୁ ଆସିଥିଲା। ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଟ୍ବିଟ୍ କରିଥିବା ଚନ୍ଦ୍ରମାର ପ୍ରଥମ ଫଟୋର ବାମପଟେ ସ୍ବର୍ଣ୍ଣିମ ରଙ୍ଗର ଚନ୍ଦ୍ରଯାନର ସୋଲାର ପ୍ୟାନେଲ ଦୃଶ୍ୟମାନ ହୋଇଥିଲା। ଚନ୍ଦ୍ରଯାନକୁ ୧୦ରୁ ୧୨ ହଜାର କିଲୋମିଟର ବିଶିଷ୍ଟ କକ୍ଷପଥରେ ପ୍ରବେଶ କରାଇବା କାର୍ଯ୍ୟ ସଫଳତାର ସହ ସଂପନ୍ନ ହୋଇଥିଲା।
ଅଗଷ୍ଟ ୧୪ରେ ଏହାକୁ ବଦଳା ଯାଇ ଏକ ହଜାର କିଲୋମିଟର ଅର୍ବିଟରେ ଛଡ଼ାଯିବ। ସେହିପରି ପଞ୍ଚମ ଥର ଏହାକୁ ୧୦୦ କିଲୋମିଟର ଅର୍ବିଟକୁ ଅଣାଯିବ। ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।