ନରହନ୍ତା ସାଜିଲା ବାପା, ନିଶାସକ୍ତ ଅବସ୍ଥାରେ ନେଲା ପୁଅର ଜୀବନ

ଓଏଲ୍ ବ୍ୟୁରୋ: ଦିନକୁ ଦିନ ମଦ୍ୟପଙ୍କ କାଣ୍ଡ ଓ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଉମରକୋଟ ୟୁଭି-୧୨ ଖାଣ୍ଡା ଗାଁରେ ଘଟିଥିବା ଏକ ଅଭନୀୟ ଘଟଣା ସାମ୍ନାକୁ ଆସିଛି। ୟୁଭି-୧୨ ଖାଣ୍ଡା ଗାଁରେ ମଦ୍ୟପ ବାପାର ବୀଭତ୍ସ ହତ୍ୟାକାଣ୍ଡ। ନିଶାସକ୍ତ ଅବସ୍ଥାରେ ପୁଅକୁ କୋଦାଳରେ ହାନି ବାପା ହତ୍ୟା କରିଥିବା ଜଣା ପଡିଛି। ବାପା ନିଜ ପୁଅକୁ ହାଣି ମାରିବା ପରେ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ରହିଛି।