Odisha Link
Bridging the Missing Links in Odisha

ବେଆଇନ ସାପ ଧରାଳିଙ୍କ ଉପରେ ଲାଗିବ ରୋକ, ଗାଇଡଲାଇନ ଜାରି କଲା ବନବିଭାଗ

ଏନେଇ ବନ ବିଭାଗ ଓ ଓସଡମା ପକ୍ଷରୁ ମିଳିତ ଗାଇଡଲାଇନ ଜାରି କରାଯାଇଛି।

ଓଏଲ୍‌ ବ୍ୟୁରୋ: ଅମାନିଆ ସାପ ଧରାଳିଙ୍କୁ ସାବାଡ଼ କରିବା ପାଇଁ ପଦକ୍ଷେପ ନିଆଯାଇଛି। ନିୟମ ବିନା ସାପ ଧରୁଥିବା ବ୍ୟକ୍ତିଙ୍କ ଉପରେ ରୋକ ଲଗାଯିବ। ବନ ବିଭାଗ ଓ ଓସଡମା ତରଫରୁ ସ୍ବୀକୃତିପ୍ରାପ୍ତ ସାପ ଧରାଳି ହିଁ କେବଳ ସାପ ଧରିପାରିବେ ବୋଲି ନିୟମ ଜାରି ହୋଇଛି। ଏନେଇ ବନ ବିଭାଗ ଓ ଓସଡମା ପକ୍ଷରୁ ମିଳିତ ଗାଇଡଲାଇନ ଜାରି କରାଯାଇଛି। କେବଳ ସ୍ବୀକୃତପ୍ରାପ୍ତ ସାପଧରାଳି ସାପ ଧରିବେ। ସବୁ ସାପଧରାଳି ସରକାରଙ୍କ ନିକଟରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ କରାଯାଇଛି। ବେଆଇନ ସାପ ଧରୁଥିବା ବ୍ୟକ୍ତି ଏହି ଗାଇଡଲାଇନ ଦ୍ୱାରା ଦଣ୍ଡିତ ହେବେ ବୋଲି କୁହାଯାଉଛି।

Leave A Reply

Your email address will not be published.