Odisha Link
Bridging the Missing Links in Odisha

ତ୍ରିସ୍ତରୀୟ ପଞ୍ଚାୟତ ଉପ-ନିର୍ବାଚନ: ଆଜି ପ୍ରକାଶ ପାଇବ ଫଳାଫଳ

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇବା। ଅଗଷ୍ଟ ୯ ତାରିଖରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ। ଆଜି ରାଜ୍ୟରେ ଜିଲ୍ଲା ପରିଷଦ ସଭ୍ୟ, ୬ଟି ସରପଞ୍ଚ, ୬୪ଟି ୱାର୍ଡମେମ୍ବର, ୯ଟି ପଞ୍ଚାୟତ ସମିତି ସଦସ୍ୟ ପାଇଁ ମତଦାନ ହୋଇଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଉପନିର୍ବାଚନର ଫଳାଫଳ କହିଲେ ଅତ୍ୟୁକ୍ତି ହେବ ନାହିଁ।

କଟକର ଡମପଡ଼ା, ଶରଧାପୁର, ଗଞ୍ଜାମର ଅମୃତୁଲୁ, ମୟୂରଭଞ୍ଜର ପାନପତ୍ରିଆ, ନବରଙ୍ଗପୁରର ସାନମ୍ବଦା, ପୁରୀର ବୀରରାମଚନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ପଦବି ପାଇଁ ମତଦାନ ହୋଇଛି। ସେହିପରି ଯାଜପୁର ଜିଲ୍ଲାର ଜୋନ୍‌ ନଂ-୧୫, ଧର୍ମଶାଳାରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ବି ମତଦାନ ହୋଇଛି। ଏହାବାଦ୍ ବଲାଙ୍ଗୀରର ଗୋଟିଏ ୱାର୍ଡ, ବାଲେଶ୍ବରର ୨ଟି, ବରଗଡ଼ର ୫ଟି, କଟକର ୩ଟି, ଗଞ୍ଜାମର ୬ଟି, ଯାଜପୁରର ୨ଟି, କଳାହାଣ୍ଡିର୪ଟି, କେନ୍ଦ୍ରାପଡ଼ାର ଗୋଟିଏ, କେନ୍ଦୁଝରର ୩ଟି, କୋରାପୁଟର ୨ଟି, ମୟୂରଭଞ୍ଜର ୪ଟି, ନବରଙ୍ଗପୁରର ୧୦ଟି ୱାର୍ଡ, ନୟାଗଡ଼ର ୨ଟି, ସୁବର୍ଣ୍ଣପୁରର ଗୋଟିଏ ୱାର୍ଡରେ ୱାର୍ଡମେମ୍ବର ପଦବି, ୮ଟି ଜିଲ୍ଲାରେ ୯ଟି ପଞ୍ଚାୟତ ସମିତି ସଭ୍ୟ ପାଇଁ ମତଦାନ ହୋଇଥିଲା।

ସୂଚନା ଅନୁସାରେ, ଯେଉଁ ସବୁ ସ୍ଥାନରେ ଉପନିର୍ବାଚନ ହେଉଛି ସେଠାକାର ନିର୍ବାଚିତ ପ୍ରତିନିଧିଙ୍କ ଅଯୋଗ୍ୟତା/ ମୃତ୍ୟୁ/ ଇସ୍ତଫା କାରଣରୁ ଆସନ ଖାଲି ରହିଥିଲା। ସେହିପରି ମୟୂରଭଞ୍ଜ ଜିଲ୍ଲାର ୬ଟି ୱାର୍ଡ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୧୨ଟି ୱାର୍ଡରେ ସଂରକ୍ଷିତ ପ୍ରାର୍ଥୀ ନମିଳିବାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନବେଳେ ନିର୍ବାଚନ ହୋଇପାରିନଥିଲା। ପରବର୍ତ୍ତୀ ସମୟରେ ଏହାକୁ ଅଣସଂରକ୍ଷିତ କରାଯିବା ପରେ ଏଠାରେ ବି କାଲି ମତଦାନ ହୋଇଛି।

Leave A Reply

Your email address will not be published.