Odisha Link
Bridging the Missing Links in Odisha

ପୁଣି ଚର୍ଚ୍ଚାରେ ବ୍ରହ୍ମପୁରର ଦୀପିକା-ଦିନେଶ: ସାମ୍ନାକୁ ଆସିଲା ଡିଏନ୍ଏ ରିପୋର୍ଟ

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ଦୀପିକା ଦୀନେଶ ପ୍ରେମ କାହାଣୀକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଦୀପିକା-ଦିନେଶଙ୍କ ଡିଏନଏ ରିପୋର୍ଟ ସାମ୍ନାକୁ ଆସିଛି। ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ ଦୀପିକା ଓ ଦିପିକା ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଦୀପିକା ଗତକାଲି ଥାନାରୁ ସାର୍ଟିଫାଏଡ୍‌ କପି ଆଣିଥିଲେ। ୨୦୨୧ ମାମଲା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଅଛି। ୨୦୨୧ରେ ହୋଇଥିବା ମାମଲା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟାଉନ ଥାନା ପକ୍ଷରୁ ଦିଆଯାଇଥିଲା। ୨୦୨୨ରେ ଏହି ରିପୋର୍ଟକୁ ଏସ.ଏଫ.ଏସ.ଏଲ ଏସଡିଜେଏମ କୋର୍ଟ ଓ ବ୍ରହ୍ମପୁର ଏସପିଙ୍କୁ ପ୍ରଦାନ କରିଥିଲା।

ସୂଚନା ଅନୁସାରେ, ସ୍ତ୍ରୀ ମାନ୍ୟତା ଦାବିରେ ଧାରଣା ଦେଉଥିଲେ ଦୀପିକା। ନ୍ୟାୟ ଦାବି ନେଇ ପୁଣି ବ୍ରହ୍ମପୁର ଦେଶିବେହେରା ସାହିରେ ନିଜ ପ୍ରେମିକ ଘର ବାରଣ୍ଡାରେ ବସିଥିଲେ। ବଡ଼ ବଜାର ଦେଶୀବେହେରା ସାହିରେ ପ୍ରେମିକ ଘର ଆଗରେ ଧାରଣା ଦେଇଥିଲେ। ଧାରଣା ବେଳେ ପ୍ରେମିକର ମାଆ ଲଙ୍କା ଗୁଣ୍ଡ ଫିଙ୍ଗିବା ଅଭିଯୋଗ ଆଣିଛନ୍ତି। ଲଙ୍କା ଗୁଣ୍ଡ ସହ ପାଣି ଫିଙ୍ଗିବା ନେଇ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ବର୍ଷ ମଧ୍ୟ ହକ୍‌ ପାଇଁ ଦୀପିକା ଦୀର୍ଘଦିନ ଧାରଣା ଦେଇଥିଲେ।

ସୂଚନା ଅନୁସାରେ, ଗତ ବର୍ଷ ମଧ୍ୟ ହକ୍‌ ପାଇଁ ଦୀପିକା ଦୀର୍ଘଦିନ ଧାରଣା ଦେଇଥିଲେ। ନ୍ୟାୟ ଦାବି ନେଇ ବ୍ରହ୍ମପୁର ଦେଶିବେହେରା ସାହିରେ ନିଜ ପ୍ରେମିକ ଘର ବାରଣ୍ଡାରେ ବସିଥିଲେ। ଖରା, ବର୍ଷାକୁ ଖାତିର ନ କରି ଦିନେଶକୁ ପାଇବା ଜିଦରେ ଦୀପିକା ଅଟଳ ଥିଲେ। ହାଇକୋର୍ଟରେ ମାମଲା ବିଚାରାଧିନ ଥିଲା।

Leave A Reply

Your email address will not be published.