Odisha Link
Bridging the Missing Links in Odisha

‘ରାଜ୍ୟରେ ମଶା ମାରିବାକୁ ବ୍ୟବହାର ହେବ ଡ୍ରୋନ୍‌’

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ଥମିବାର ନା ନେଉନି। ଦିନକରେ ୫୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ୧୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଡେଙ୍ଗ ସଂକ୍ରମଣକୁ ରୋକିବା ପାଇଁ ଏଣିକି ଘରକୁ ଘର ବୁଲି ଡେଙ୍ଗା ମଶା ଖୋଜିବ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)। ଯଦି ଘରୁ ମଶା ପାଇବେ ଅଧିକାରୀ ତେବେ ଗୃହକର୍ତ୍ତା ଗଣିବେ ୧୦୦୦ ଟଙ୍କା ଜରିମାନା। ଏଭଳି କିଛି ନିର୍ଦ୍ଦେଶ କରିଛନ୍ତି ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ସହ ଚଳିତବର୍ଷ ମଧ୍ୟ ମଶା ମାରିବାକୁ ଡ୍ରୋନ୍‌ ବ୍ୟବହାର କରାଯିବ। ମଶା ଉତ୍ପତ୍ତି ସ୍ଥାନରେ ଡ୍ରୋନ୍ ମାଧ୍ୟମରେ ରସାୟନିକ ସ୍ପ୍ରେ କରାଯିବ। ଏନେଇ ବିଏମ୍‌ସି ମେୟର ସୁଲୋଚନା ଦାସ କହିଛନ୍ତି।

ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି, ଭୁବନେଶ୍ବରରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢ଼ିଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର ହେଲାଣି। ତେଣୁ ଘର ଚାରିପଟେ ଭଙ୍ଗା ଗାଡ଼ି, ସୋଲ, ଥାଳି, ଟାୟାର ସଫା କରିବାକୁ ହେବ । ଅଗଷ୍ଟ ୧୫ ସୁଦ୍ଧା ସବୁ ଅଳିଆ ହଟାଇବାକୁ ପଡ଼ିବ। ଏହାପରେ ସ୍ବଚ୍ଛସାଥି, ଆଶା, ଅଙ୍ଗନବାଡ଼ି ଦିଦି, ବିଏମ୍‌ସି କର୍ମଚାରୀ ପ୍ରତି ଘର ଅଚାନକ ଗସ୍ତ କରିବେ। ଯଦି କୌଣସି ଘରୁ ମଶା, ଲାର୍ଭା ବାହାରେ ତେତେ ସଙ୍ଗେ ସଙ୍ଗେ ଜରିମାନା କରାଯିବ।

ଯଦି ଘରେ ବା ଘର ଆଖପାଖରେ ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ଅଥବା ଡେଙ୍ଗୁ ମଶା ଦେଖିବାକୁ ମିଳେ ତେବେ ହଜାରେ ଟଙ୍କା ଫାଇନ କରିବ ବିଏମସି ।ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଆଦି କୋଠାରେ ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ତାହାହେଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ କରିବ ବିଏମସି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଆସନ୍ତା ୧୫ ତାରିଖ ପରେ ବିଏମସି ଟିମ ଘର ଘର ଯାଞ୍ଚ କରିବ ବୋଲି ସୂଚନା ଦିଆଯାଇଛି।

Leave A Reply

Your email address will not be published.