Odisha Link
Bridging the Missing Links in Odisha

ସ୍ୱାଧୀନତା ଦିବସ: ଓଡ଼ିଶାରୁ ମୋଟ ୧୭ ପୁଲିସଙ୍କୁ ମିଳିବ ପଦକ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ସ୍ୱାଧୀନତା ଦିବସ। ସାରା ଦେଶରେ ପାଳନ ହେବ ସ୍ବାଧୀନତା ଦିବସ। ଗଣତନ୍ତ୍ରର ଏହି ଗଣପର୍ବକୁ ନେଇ ସାରା ଦେଶରେ ଚାଲିଛି ଜୋରଦାର ପ୍ରସ୍ତୁତି। ଭାରତରେ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ୧୯୪୭ ଅଗଷ୍ଟ ୧୫ ତାରିଖରୁ ପ୍ରତିବର୍ଷ ସ୍ବାଧୀନତା ଦିବସ ପାଳନ କରି ଆସୁଛି ଭାରତ।

ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାରୁ ମୋଟ ୧୭ ପୁଲିସ ଅଧିକାରୀଙ୍କୁ ପଦକ ମିଳିବ। ସାହସିକତା ପାଇଁ ୪ ପୁଲିସ କର୍ମଚାରୀଙ୍କୁ ପଦକ ମିଳିବ। ଏହା ସହ ବିଶିଷ୍ଟ ସେବା ପାଇଁ ୨ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ପଦକ ମିଳିବ।

ଏମାନଙ୍କ ମଧ୍ୟରେ ଅତିରିକ୍ତ ଡିଜି ସଂଜୟ କୁମାର ପୁଲିସ ପଦକ ପାଇବେ। ବିଶିଷ୍ଟ ସେବା ପାଇଁ ଏଡିଜି ସଂଜୟ କୁମାର, ଅତିରିକ୍ତ ଏସ୍‌ପି ରବୀନ୍ଦ୍ରନାଥ ଶତପଥୀଙ୍କୁ ବିଶିଷ୍ଟ ସେବା ପଦକ, ସୁବେଦାର ପ୍ରହଲ୍ଲାଦ ହିମିରିକା ଓ ଏସ୍‌ଆଇ ସନ୍ତୋଷ ଗୁରୁଙ୍କୁ ସାହସିକତା ପଦକ ମିଳିବ। କମାଣ୍ଡୋ ସୁନୀଲ ବରିହା ଓ କନଷ୍ଟେବଲ ସୁଜିତ ରଣାଙ୍କୁ ସାହସିକତା ପଦକ ମିଳିବ ବୋଲି ସୂଚନା ରହିଛି।

Leave A Reply

Your email address will not be published.