ଆସନ୍ତାକାଲି ଗଣତନ୍ତ୍ରର ମହାପର୍ବ, ସ୍ୱାଧୀନତା ଦିବସ ଉପଲକ୍ଷେ ଉତ୍ସବମୁଖର ସାରା ଦେଶ

ଓଏଲ୍ ବ୍ୟୁରୋ: ଆସନ୍ତାକାଲି ସ୍ୱାଧୀନତା ଦିବସ। ସାରା ଦେଶରେ ପାଳନ ହେବ ସ୍ବାଧୀନତା ଦିବସ। ଗଣତନ୍ତ୍ରର ଏହି ଗଣପର୍ବକୁ ନେଇ ସାରା ଦେଶରେ ଚାଲିଛି ଜୋରଦାର ପ୍ରସ୍ତୁତି। ସ୍ବାଧୀନତା ଦିବସକୁ ମହାସମାରୋହରେ ପାଳନ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। କେଉଁ ଜିଲ୍ଲାରେ କିଏ କରିବେ ପତାକା ଉତ୍ତୋଳନ ସେ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ। ସେହପରି ପୁରୀରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, କୋରାପୁଟରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଗଞ୍ଜାମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବରଗଡ଼ରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପତାକା ଉତ୍ତୋଳନ କରିବେ।
ଆଉ କିଏ କେଉଁଠି କରିବେ ଜାଣନ୍ତୁ:
ସମ୍ବଲପୁର- ଉଷା ଦେବୀ (ଗୃହ ଏବଂ ସହରୀ ବିକାଶମନ୍ତ୍ରୀ)
କେନ୍ଦୁଝର- ପ୍ରଫୁଲ୍ଲ କୁମାର ମଲ୍ଲିକ (ଇସ୍ପାତ ଏବଂ ଖଣିମନ୍ତ୍ରୀ)
ଅନୁଗୁଳ- ପ୍ରତାପ କେଶରୀ ଦେବ (ଶିଳ୍ପମନ୍ତ୍ରୀ)
ରାୟଗଡା – ଅତନୁ ସବ୍ୟସାଚୀ ନାୟକ (ଖାଦ୍ୟ ଯୋଗାଣ ମନ୍ତ୍ରୀ)
ଜଗତସିଂହପୁର – ଟୁକୁନି ସାହୁ (ଜଳ ସମ୍ପଦ ଓ ପରିବହନ ମନ୍ତ୍ରୀ)
ବଲାଙ୍ଗୀର – ଅଶୋକ କୁମାର ପଣ୍ଡା (ବିଜ୍ଞାନ ଏବଂ ପ୍ରଯ୍ୟୁକ୍ତି ମନ୍ତ୍ରୀ)
ସୁନ୍ଦରଗଡ – ରାଜେନ୍ଦ୍ର ଢୋଲକିଆ (ଯୋଜନା ମନ୍ତ୍ରୀ)
କଟକ- ବିକ୍ରମ କେଶରୀ ଆରୁଖ (ଅର୍ଥମନ୍ତ୍ରୀ)
ବାଲେଶ୍ୱର –ସୁଦାମ ମାରାଣ୍ଡ (ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ)
ଝାରସୁଗୁଡା –ସାରଦା ପ୍ରସାଦ ନାୟକ (ଶ୍ରମମନ୍ତ୍ରୀ)
ମୟୁରଭଞ୍ଜ – ଅଶ୍ୱନୀ କୁମାର ପାତ୍ର (ପର୍ଯ୍ୟଟନ ମନ୍ତ୍ରୀ)
କଳାହାଣ୍ଡି – ପ୍ରୀତିରଂଜନ ଘଡେଇ(ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ)
ମାଲକାନାଗିରି- ତୁଷାରକାନ୍ତି ବେହେରା (କ୍ରୀଡାମନ୍ତ୍ରୀ)
ସୋନପୁର – ରୀତା ସାହୁ (ହସ୍ତଶିଳ୍ପ ମନ୍ତ୍ରୀ)
ଢେଙ୍କାନାଳ- ବାସନ୍ତୀ ହେମ୍ବ୍ରମ୍ (ମହିଳା ଓ ମିଶନ ଶକ୍ତି ମନ୍ତ୍ରୀ)
ଏହାସହ ବ୍ରହ୍ମପୁରରେ ଆରଡିସି, ସମ୍ବଲପୁରରେ ଆରଡିସି ପତାକା ଉତ୍ତୋଳନ କରିବେ। ସେହିପରି ଭଦ୍ରକ, ବୌଦ୍ଧ, ଦେବଗଡ଼, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର, ନୟାଗଡ଼ରେ ଜିଲ୍ଲାପାଳ ମାନେ ପତାକା ଉତ୍ତୋଳନ କରିବେ।