ରାଷ୍ଟ୍ରପତିଙ୍କ ସ୍ବାଧୀନତା ଦିବସ ବାର୍ତ୍ତା, କ’ଣ କହିଲେ ଜାଣନ୍ତୁ

ଓଏଲ୍ ବ୍ୟୁରୋ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ୭୭ ତମ ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି,ପ୍ରତି ଭାରତୀୟ ସମାନ ନାଗାରିକ। ପ୍ରତି ନାଗରିକଙ୍କ ପାଇଁ ଏହି ମାଟିରେ ସମାନ ସୁଯୋଗ, ଅଧିକାର ଓ କର୍ତ୍ତବ୍ୟ ରହିଛି। ଜାତି, ଧର୍ମ, ଭାଷାରୁ ଉପରେ ରହି ସମସ୍ତେ ଭାରତୀୟ ଭାବେ ପରିଚିତ।
ସେ ଆହୁରି କହିଛନ୍ତି ଯେ, ସ୍ୱାଧୀନତା ଦିବସ ମୋତେ ମୋ ପିଲା ଦିନ ମନେପକାଇ ଦେଉଛି। ଛୋଟ ବେଳେ ସ୍କୁଲରେ ଉତ୍ସବ ମନରେ ଶିହରଣ ସୃଷ୍ଟି କରୁଛି। ଭାରତୀୟ ନାଗରିକ ହେବା ଆମ ପାଇଁ ସବୁଠାରୁ ବଡ଼ ପରିଚୟ। ଆମ ସ୍ୱାଧୀନତା ସଂଗ୍ରାମର ଆଧାରଶିଳା ସତ୍ୟ ଓ ଅହିଂସା। ଏହି ଆଧାରଶିଳାକୁ ଅନେକ ଦେଶ ନିଜ ପାଇଁ ଆପଣାଇଛନ୍ତି।
ଆଜି ମହିଳାମାନେ ବିକାଶ ଓ ଦେଶସେବାରେ ଆଗରେ ଅଛନ୍ତି। ମହିଳାମାନେ ଏବେ ଅନେକ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଛନ୍ତି। ଆର୍ଥିକ ସଶକ୍ତୀକରଣ ଯୋଗୁ ମହିଳାଙ୍କ ସ୍ଥିତି ମଜବୁତ ହୋଇପାରିଛି। ଆଜି ଭାରତ କେବଳ ବିଶ୍ୱରେ ନାଁ କରିନି, ବରଂ ନିଜ ପ୍ରତିଷ୍ଠା ମଧ୍ୟ ବଢ଼ାଇଛି।
ଦେଶର ଝିଅମାନେ ଆଗକୁ ଯାଆନ୍ତୁ ବୋଲି ଆଶା ରଖି ରାଷ୍ଟ୍ରପତି ମୁର୍ମୁ ସରୋଜିନ ନାଇଡୁ, ଅମ୍ମୁ ସ୍ୱାମୀନାଥନ, ରମା ଦେବୀ, ଅରୁଣା ଅସଫ ଅଲୀ ଓ ସୁଚେତା କ୍ରିପାଲିନଙ୍କ ଉଦାହରଣ ଦେଇଛନ୍ତି। ମା’ କସ୍ତୁରବା ଜାତିର ପିତା ମହାତ୍ମା ଗାନ୍ଧିଙ୍କ କଠିନ ସତ୍ୟାଗ୍ରହର ସବୁ ସମୟରେ ସାଥ ଦେଇଥିବା କଥା ମଧ୍ୟ ରାଷ୍ଟ୍ରପତି କହିଛନ୍ତି।