Odisha Link
Bridging the Missing Links in Odisha

ହାଇକୋର୍ଟରେ ରତ୍ନଭଣ୍ଡାର ସୁରକ୍ଷା ମାମଲା: ସେପ୍ଟେମ୍ବର ୧୩ରେ ପରବର୍ତ୍ତୀ ଶୁଣାଣି

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ଏକ ବଡ ଖବର ସାମ୍ନାକୁ ଆସିଛି। ଏଏସ୍ଆଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସ୍ଆଇ ଅଧୀକ୍ଷକ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଭିତର ଭଣ୍ଡାର କେବେ ମଧ୍ୟ ଅନୁଧ୍ୟାନ ହୋଇନାହିଁ। ହାଇକୋର୍ଟରେ ରତ୍ନଭଣ୍ଡାର ସୁରକ୍ଷା ମାମଲାର ସେପ୍ଟେମ୍ବର ୧୩ରେ ପରବର୍ତ୍ତୀ ଶୁଣାଣି ହେବ। ଏହା ସହ ନାଟମଣ୍ଡପ, ଜଗମୋହନ ସୁରକ୍ଷା ନେଇ ରିପୋର୍ଟ ଦାଖଲ କରାଯାଇଥିବାବେଳେ କୋଣାର୍କ ମନ୍ଦିର ସୁରକ୍ଷା ନେଇ ବି ରିପୋର୍ଟ ଆମିକସ୍‌ କ୍ୟୁରୀ ପ୍ରଦାନ କରାଯାଇଛି।

ସୂଚନା ଅନୁସାରେ, ୨୦୧୮ରେ ଶେଷଥର ପାଇଁ ବାହାର ଭଣ୍ଡାର ଅନୁଧ୍ୟାନ ହୋଇଥିଲା। ସେତେବେଳେ ଛାତରୁ ପାଣି ଗଳୁଥିବା କହିଥିଲେ। ଚଟାଣରେ ପଥର ପଡ଼ିଥିଲା। କାନ୍ଥ ଭିତରୁ ଏକ ଫମ୍ଫସା ଶବ୍ଦ ମଧ୍ୟ ଶୁଭୁଥିଲା ମଧ୍ୟ ଅଧୀକ୍ଷକ କହିଥିଲେ। ଏହା ସହ ଏଏସ୍ଆଇ ଅଧୀକ୍ଷକ କହିଥିଲେ, ରତ୍ନଭଣ୍ଡାରର ମରାମତି ଆବଶ୍ୟକ ରହିଛି। ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଯଥାଶୀଘ୍ର ମରାମତି କରିବୁ ବୋଲି ଏଏସ୍ଆଇ ଅଧୀକ୍ଷକ କହିଥିଲେ।

Leave A Reply

Your email address will not be published.