ଜନ୍ମମାଟିରେ ସହିଦ ଯବାନ ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର, ଆଜି ହେବ ଶେଷକୃତ୍ୟ

ଓଏଲ୍ ବ୍ୟୁରୋ: ଝୁରୁଛି ଗାଁ ମାଟି। ଜନ୍ମମାଟିରେ ପହଂଚିଲା ସହିଦ ଯବାନ ନୀଳାଂଚଳ ପଟେଲଙ୍କ ପାର୍ଥିବ ଶରୀର। ମଣିପୁରରୁ ବରଗଡ଼ ଆସି ପାର୍ଥିବ ଶରୀର ପହଞ୍ଚିଲା। ଲୋତକପୂର୍ଣ୍ଣ ଆଖିରେ ବୀର ପୁଅକୁ ଗାଁ ମାଟି ବିଦାୟ ଦେଉଛି। ସହିଦ୍ ଯବାନ ଅମର ରହେ ନାଁରେ କମ୍ପି ଉଠିଲା ଗାଁ ମାଟି। ଜନ୍ମମାଟି ଭେଡ଼େନରେ ନୀଳାଞ୍ଚଳ ପଟେଲଙ୍କ ଶେଷକୃତ୍ୟ ହେବ।
ସୂଚନା ଅନୁସାରେ, ମଣିପୁରରେ ଆସାମ ରାଇଫଲରେ ନୀଳାଞ୍ଚଳ ପଟେଲ କାର୍ଯ୍ୟରତ ଥିଲେ। ଯବାନ ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ କରୁଥିଲେ। ଗାଡି ଦୁର୍ଘଟଣା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଖବର ପହଞ୍ଚିବା ପରେ ବାଘପାଲି ଗାଁ ସମେତ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ବରଗଡ଼ ସୁନାଲରମ୍ଭା ଗାଁର ଆଦି ପଟେଲ ଓ ଗୁରୁବାରୀ ପଟେଲଙ୍କ ପୁଅ ନୀଳାଞ୍ଚଳ। ସେ ୨୦୦୪ ଆସାମ ରାଇଫଲରେ ଯୋଗ ଦେଇଥିଲେ। ୪ ବର୍ଷ ହେଲା ସେ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ମଣିପୁରରେ ରହୁଥିଲେ। ବୀର ଯବାନଙ୍କୁ ହରାଇ ଗ୍ରାମବାସୀଙ୍କ ମନରେ ଶୋକର ଛାୟା ଖେଳିଯାଇଛି।