ପଥର ଖାଦାନରେ ବିସ୍ଫୋରଣ: ୫ ଶ୍ରମିକ ଆହତ

ଓଏଲ୍ ବ୍ୟୁରୋ: ପଥର ଖାଦାନରେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ସୋର ଅନ୍ତର୍ଗତ ବାଗୁଡ଼ି ପଥର ଖାଦାନରେ ବିସ୍ଫୋରଣ ହୋଇଥିବା ଜଣା ପଡିଛି। ବାଗୁଡ଼ି ପଥର ଖାଦାନରେ ବିସ୍ଫୋରଣ ବେଳେ ୫ ଜଣ ଆହତ ହୋଇଥିବା ସୂଚନା ରହିଛି। ବିସ୍ଫୋରଣରେ ଆହତ ୫ ଶ୍ରମିକଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ହଠାତ ଏଭଳି ବିସ୍ଫୋରଣର କାରଣ ସ୍ପଷ୍ଟ ଜଣା ପଡ଼ିନାହିଁ।