Odisha Link
Bridging the Missing Links in Odisha

କ୍ରିପ୍ଚୋ ଚିଟ୍‌ଫଣ୍ଡ ମାମଲା: ଆକ୍ସନ ନେଲା ଇଓଡବ୍ଲୁ

ଓଏଲ୍‌ ବ୍ୟୁରୋ: ଆଜିକାଲି ବିଭିନ୍ନ ଉପାୟ ଅବଲମ୍ବନ କରି ଠକ ମାନେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ବ୍ୟାଙ୍କ ସାମ୍ନାରୁ ମାରଣାସ୍ତ୍ର ଦେଖାଇ ତ କେତେବେଳେ ଅନଲାଇନ ଠକେଇ। ତେବେ କ୍ରିପ୍ଚୋ ଚିଟ୍‌ଫଣ୍ଡ ସ୍କାମ ମାମଲା ମାଧ୍ୟମରେ ଅନେକ ଲୋକ ଶିକାର ହୋଇଥିବା ଜଣା ପଡିଥିଲା। ଏହି ମାମଲାରେ ତଦନ୍ତ କରି ଆଉ ଜଣଙ୍କୁ ଇଓଡବ୍ଲୁ ଗିରଫ କରିଛି।

ସୂଚନା ଅନୁସାରେ, କ୍ରିପ୍ଚୋ ଚିଟ୍‌ଫଣ୍ଡ ସ୍କାମ ମାମଲାରେ ଭୁବନେଶ୍ୱରରୁ ଅଭିଯୁକ୍ତ ରତ୍ନାକର ପଲାଇକୁ ଇଓଡବ୍ଲୁ ଗିରଫ କରିଛି। ପୂର୍ବରୁ ଗିରଫ ଗୁରୁତେଜ୍‌ ଓ ନୀରଦର ନିକଟତମ ରତ୍ନାକର। ରତ୍ନାକର କର୍ଣ୍ଣାଟକ ବିଶ୍ୱବିଦ୍ୟାଳୟରୁ ଏମ୍‌ଟେକ୍‌ କରିଥିବା ସୂଚନା ମିଳିଛି। ୟୁଟ୍ୟୁବ ଚ୍ୟାନେଲ୍ ଖୋଲି କ୍ରିପ୍ଚୋ ଚିଟ୍‌ଫଣ୍ଡର ପ୍ରଚାର କରୁଥିବା ଜଣା ପଡିଛି।

Leave A Reply

Your email address will not be published.