ଶିକ୍ଷାରମାନ ବଢ଼ାଇବା ପାଇଁ ପ୍ରୟାସ: କଲେଜ ଓ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ତାଗିଦ
ଓଏଲ୍ ବ୍ୟୁରୋ: ଶିକ୍ଷାରମାନ ବଢ଼ାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଅଧ୍ୟାପକଙ୍କ ପ୍ରଦର୍ଶନ ନେଇ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଅଭିଯୋଗ ପରେ ଉକ୍ତ କଲେଜଗୁଡିକୁ ୧୪ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନରେ ଶିକ୍ଷାରମାନ ବଢ଼ାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ଆରମ୍ଭ କରିଛି। ଏହାପରେ ଅଧ୍ୟାପକଙ୍କ ପ୍ରଦର୍ଶନକୁ ନେଇ ଛାତ୍ରଛାତ୍ରୀ ଦେଇଥିବା ଫିଡବ୍ୟାକରେ ଅସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏହି ତାଲିକାରେ ରହିଛି। ଯେଉଁଠି ଅଧ୍ୟାପକମାନେ ୭ଘଣ୍ଟା ପାଠପଢ଼ାଉ ନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ସେହିପରି ଅଧ୍ୟାପକ ମଦ୍ୟପାନ କରି କଲେଜ ଆସୁଥିବା ମଧ୍ୟ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଉଚାଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।