ଫେମିନା କଭର୍ ପେଜ୍ରେ ମହାମହିମ
ଏହାର ଅଗଷ୍ଟ ଏଡିସନ କଭର୍ ପେଜରେ ସ୍ଥାନ ଦେଇଛି।
ଓଏଲ୍ ବ୍ୟୁରୋ: ମହାମହିମଙ୍କ ପ୍ରତି ସମ୍ମାନ। ଦେଶର ଜଣାଶୁଣା ପତ୍ରିକା ଫେମିନା ମାଗାଜିନ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ସ୍ବତନ୍ତ୍ର କାହାଣୀ କରିଛି। ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କୁ ମାଗାଜିନ୍ ଏହାର ଅଗଷ୍ଟ ଏଡିସନ କଭର୍ ପେଜରେ ସ୍ଥାନ ଦେଇଛି। ଏହାର ପ୍ରଥମ କପି ଟାଇମ୍ସ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବିନୀତ ଜୈନ ରାଷ୍ଟ୍ରପତିଙ୍କୁ ଭେଟି ପ୍ରଦାନ କରିଛନ୍ତି।
ମହିଳା ସଶକ୍ତିକରଣର ଅଭିବ୍ୟକ୍ତି ଭାବେ ମାଗାଜିନ୍ର କଭର ପେଜରେ ରାଷ୍ଟ୍ରପତିଙ୍କୁ ଦର୍ଶାଯାଇଛି। ଏଥିରେ ତାଙ୍କର ରାଜନୈତିକ, ସାମାଜିକ, ଶିକ୍ଷା ଆଦି ଦିଗରେ କରାଯାଇଥିବା କାମଗୁଡ଼ିକୁ ବିଶେଷ ଭାବେ ଦର୍ଶାଯାଇଥିବା ସୂଚନା ରହିଛି। ତେବେ ପତ୍ରିକା ଫେମିନା ମାଗାଜିନ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ସ୍ବତନ୍ତ୍ର କାହାଣୀ କରିଥିବାରୁ ଏବେ ଏହା ଚର୍ଚାର ବିଷୟ ପାଲଟିଛି।