Odisha Link
Bridging the Missing Links in Odisha

ପୁରୀରେ ବିଶୃଙ୍ଖଳା ରୋକିବାକୁ କଡ଼ା ନିୟମ: ଆନନ୍ଦ ବଜାରରେ ଲାଗିଲା ଦର ତାଲିକା

ଓଏଲ୍‌ ବ୍ୟୁରୋ: ପୁରୀ ଆନନ୍ଦ ବଜାରରେ ବାରମ୍ବାର ବିଶୃଙ୍ଖଳା ହେଉଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଏନେଇ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆନନ୍ଦ ବଜାରରେ ବିଶୃଙ୍ଖଳା ରୋକିବାକୁ ପଦକ୍ଷେପ ନିଆଯାଇଛି। ଖର୍ଚ୍ଚ ଆଧାରରେ ଦର ତାଲିକା ପ୍ରସ୍ତୁତ କରାଯାଇଛି।

ଅନ୍ୟପଟେ, ଆନନ୍ଦ ବଜାରରେ ବାରମ୍ବାର ବିଶୃଙ୍ଖଳା ହେଉଥିବା ନେଇ ଦର ତାଲିକା ଲଗାଯାଇଛି। ଯଦ୍ବାରା ଭକ୍ତମାନେ ଶୋଷଣମୁକ୍ତ ହୋଇପାରିବେ। ଆନନ୍ଦବଜାର ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ ହୋଇଛି। ଆନନ୍ଦ ବଜାର ସମ୍ପର୍କିତ ପ୍ରାୟ ୨୦ଟି ପ୍ରସଙ୍ଗରେ ବୈଠକରେ ବିଧିବଦ୍ଧ ଆଲୋଚନା ସହ ଆବଶ୍ୟକ ନିଷ୍ପତ୍ତି ନିଆଯାଇଛି। ତେବେ ଏହି କମିଟି ୭ରୁ ୧୦ ଦିନ ଭିତରେ ଆବଶ୍ୟକ ସୁପାରିସ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଆକାରରେ ପ୍ରଦାନ କରିବା ପରେ ଏହି ଆଧାରରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.