ଚାନ୍ଦିପୁର ବନବିଭାଗକୁ ସଫଳତା; ସାପ ବିଷ ରାକେଟ୍ର ହେଲା ପର୍ଦ୍ଦାଫାସ୍

ଓଏଲ୍ ବ୍ୟୁରୋ: ଚାନ୍ଦିପୁର ବନ ବିଭାଗକୁ ସଫଳତା ମିଳିଛି। ସାପ ବିଷ ରାକେଟ୍ର ପର୍ଦ୍ଦାଫାସ୍ ହୋଇଛି। ବାଲେଶ୍ୱର ବନଖଣ୍ଡ ବାଲିଆପାଳ ପଞ୍ଚପଲ୍ଲୀରୁ ରେଡ୍ ବେଳେ ଉଦ୍ଧାର କରାଯାଇଛି। ଏହି ମାମଲାରେ ୨୫ ନାଗ ସାପ ଉଦ୍ଧାର କରାଯାଇଥିବାବେଳେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଏନେଇ ତଦନ୍ତ ଜାରି କରାଯାଇଥିବାବେଳେ ରାଜ୍ୟ ବାହାରକୁ ସାପ ବିଷ ରାକେଟ୍ ଲମ୍ବିଥିବା କୁହାଯାଉଛି।