ଜହ୍ନ ରାଇଜରେ ପାଦ ଥାପିବ ଭାରତ, ଚନ୍ଦ୍ରଯାନ-୩ ପାଇଁ ଆଜି ଅଗ୍ନି ପରୀକ୍ଷା

ଓଏଲ୍ ବ୍ୟୁରୋ: ଗଡୁଛି ସମୟ ଆଉ ବଢୁଛି ହୃଦସ୍ପନ୍ଦନ। ସଫଳତାର ରୁପେଲି ଜହ୍ନ ଦେଖିବାକୁ ସାରା ଦେଶବାସୀ ଚାହିଁ ରହିଛନ୍ତି। ଇସ୍ରୋର ସଫଳ ଉତକ୍ଷେପଣ ଚନ୍ଦ୍ରଯାନ-୩କୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଆଜି ଚନ୍ଦ୍ରଯାନ-୩ ପାଇଁ ଅଗ୍ନି ପରୀକ୍ଷା। ଚନ୍ଦ୍ରଯାନ-୩ ଏବେ ତାର ସବୁଠୁ କଠିନ ପର୍ଯ୍ୟାୟକୁ ପ୍ରବେଶ କରିବାକୁ ଯାଉଛି। ଇସ୍ରୋ ଏହାର କକ୍ଷକୁ ଚନ୍ଦ୍ରପୃଷ୍ଠରୁ ୧୦୦ କିଲୋମିଟର ଉପର ପର୍ଯ୍ୟନ୍ତ ହ୍ରାସ କରିବା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ।
Chandrayaan-3 Mission:
Today’s successful firing, needed for a short duration, has put Chandrayaan-3 into an orbit of 153 km x 163 km, as intended.
With this, the lunar bound maneuvres are completed.
It’s time for preparations as the Propulsion Module and the Lander Module… pic.twitter.com/0Iwi8GrgVR
— ISRO (@isro) August 16, 2023
ସୂଚନା ଅନୁସାରେ, ଚନ୍ଦ୍ରଯାନ-୩କୁ ୧୦୦ କିଲୋମିଟର ବୃତାକାର କକ୍ଷକୁ ନେବା ପାଇଁ ବିଭିନ୍ନ ପ୍ରକ୍ରିୟା କରାଯାଇଛି। ଏଥିରୁ ଯୋଜନା ଅନୁସାରେ ୨ଟି ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି। ତେଣୁ ଆଜି ଯେଉଁ ପ୍ରକ୍ରିୟା କରାଯିବ ତାହା ଚନ୍ଦ୍ରଯାନ-୩କୁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଅଗଷ୍ଟ ୧୭ରେ ଚନ୍ଦ୍ରଯାନ-୩ରେ ଥିବା ପ୍ରୋପୁଲସନ୍ ମୋଡ୍ୟୁଲରୁ ଲ୍ୟାଣ୍ଡର ଓ ରୋଭର ଅଲଗା ହେବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।