Odisha Link
Bridging the Missing Links in Odisha

ସେଲ୍‌ଫି ହେଲା କାଳ, ମହାନଦୀରେ ଭାସିଗଲେ ଯୁବକ

ଓଏଲ୍‌ ବ୍ୟୁରୋ: ଆଧୁନିକତାର ଅପବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଲ୍‌ଫି ନେବାବେଳେ ମହାନଦୀରେ ଜଣେ ଯୁବକ ଭାସି ଯାଇଛନ୍ତି। ବାଲିଯାତ୍ରା ପଡ଼ିଆ ଗଡ଼ଗଡ଼ିଆ ମନ୍ଦିର ସମ୍ମୁଖରେ ଯୁବକ ଜଣକ ଭାସି ଯାଇଥିବା ଜଣା ପଡିଛି। ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ପୁଲିସ ଓ ଅଗ୍ନିଶମ ବାହିନୀ ପହଂଚି ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି କରିଛି। ତେବେ ପୂର୍ବରୁ ମଧ୍ୟ ଏଭଳି ଅନେକ ଖବର ସାମ୍ନାକୁ ଆସିଥିବାବେଳେ ଆଜି ପୁଣି ଏଭଳି ଖବର ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.