Odisha Link
Bridging the Missing Links in Odisha

ରୁପେଲି ଜହ୍ନ ଅଭିମୁଖେ ଚନ୍ଦ୍ରଯାନ-୩: ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ପ୍ରପଲସନ୍ ମଡ୍ୟୁଲ

ଓଏଲ୍‌ ବ୍ୟୁରୋ: ଗଡୁଛି ସମୟ ଆଉ ବଢୁଛି ହୃଦସ୍ପନ୍ଦନ। ସଫଳତାର ରୁପେଲି ଜହ୍ନ ଦେଖିବାକୁ ସାରା ଦେଶବାସୀ ଚାହିଁ ରହିଛନ୍ତି। ଇସ୍ରୋର ସଫଳ ଉତକ୍ଷେପଣ ଚନ୍ଦ୍ରଯାନ-୩କୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଆଜି ପରସ୍ପରଠାରୁ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ପ୍ରପଲସନ୍ ମଡ୍ୟୁଲ ଅଲଗା ହୋଇଛନ୍ତି। ଏହା ପରେ ରୋଭର ପ୍ରଜ୍ଞାକୁ ଧରି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଆଗେଇବ ବିକ୍ରମ। ଚନ୍ଦ୍ରର କକ୍ଷପଥରେ ଏକାକୀ ରହିଛି ପ୍ରପଲସନ୍ ମଡ୍ୟୁଲ। ଚନ୍ଦ୍ରଯାନ-୩ ନେଇ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଚନ୍ଦ୍ରଯାନ-୩ରେ ସର୍ବନିମ୍ନ ୧୫୩ କିଲୋମିଟର ଓ ସର୍ବାଧିକ ୧୬୩ କିଲୋମିଟର ହିସାବରେ ଚନ୍ଦ୍ରର ପରିକ୍ରମା କରୁଥିଲା। ତେଣୁ ଆଜି ଯେଉଁ ପ୍ରକ୍ରିୟା କରାଯାଇଛି ତାହା ଚନ୍ଦ୍ରଯାନ-୩କୁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.