Odisha Link
Bridging the Missing Links in Odisha

ମଧୁବାବୁ ପେନସନ ଯୋଜନା: ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଆରମ୍ଭ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହିତାଧିକାରୀଙ୍କୁ ସାମିଲ କରିବାକୁ ଅନୁମୋଦନ ପ୍ରଦାନ କରିଥିଲେ।

ଓଏଲ୍‌ ବ୍ୟୁରୋ: ମଧୁବାବୁ ପେନସନ ଯୋଜନାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ମଧୁବାବୁ ପେନସନ ଯୋଜନା ପରିସରରେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଥିବାବେଳେ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହିତାଧିକାରୀଙ୍କୁ ସାମିଲ କରିବାକୁ ଅନୁମୋଦନ ପ୍ରଦାନ କରିଥିଲେ।

ସୂଚନା ଅନୁସାରେ, ରାଜ୍ୟରେ ମୋଟ୍ ହିତାଧିକାରୀ ସଂଖ୍ୟା ୩୨.୭୫ ଲକ୍ଷ ହୋଇଥିବାବେଳେ ଯୋଜନାରେ ସାମିଲ ହୋଇଥିବା ନୂଆ ହିତାଧିକାରୀ ୧୫ ଅଗଷ୍ଟରେ ପେନସନ୍‌ ପାଇବେ ବୋଲି ସୂଚନା ରହିଛି। ମଧୁବାବୁ ପେନସନ ଯୋଜନାର ପରିସର ବୃଦ୍ଧି ପରେ ଅଗଷ୍ଟ ୧୫ରୁ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଆରମ୍ଭ ହୋଇଛି।

ଏହି ଅବସରରେ ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀର ନୂଆ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିଲା।

Leave A Reply

Your email address will not be published.