ବ୍ରିକ୍ସରେ ସାମିଲ ହେଲେ ୬ ନୂଆ ଦେଶ, ମୋଦି ବଖାଣିଲେ ଚନ୍ଦ୍ରଯାନ-୩ର ସଫଳ କାହାଣୀ
୬ ଦେଶ ନୂଆ ସାମିଲ ହେବା ପରେ ଏହାର ସଦସ୍ୟ ସଂଖ୍ୟା ୧୧ରେ ପହଞ୍ଚିଯିବ।
ଓଏଲ୍ ବ୍ୟୁରୋ: ବ୍ରିକ୍ସରେ ୬ ନୂଆ ଦେଶ ସାମିଲ ହୋଇଛି। ଇରାନ, ଆର୍ଜେଣ୍ଟିନା, ଇଥିୟୋପିୟା, ଇଜିପ୍ଟ, ଇରାନ, ୟୁଏଇ ଓ ସାଉଦି ଆରବକୁ ବ୍ରିକ୍ସରେ ସାମିଲ କରାଯାଇଛି। ଜୋହାନସବର୍ଗରେ ଚାଲିଥିବା ବ୍ରିକ୍ସର ୧୫ତମ ସମ୍ମିଳନୀରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମଫୋସାଏହା ଘୋଷଣା କରିଛନ୍ତି। ବ୍ରିକ୍ସରେ ଏବେ ୫ ଦେଶ ‘ବି’ରେ ବ୍ରାଜିଲ, ‘ଆର’ରେ ଋଷ, ‘ଆଇ’ରେ ଇଣ୍ଡିଆ, ‘ସି’ରେ ଚୀନ ଓ ‘ଏସ’ରେ ସାଉଥ ଆଫ୍ରିକା ସାମିଲ ଥିଲେ। ଏବେ ୬ ଦେଶ ନୂଆ ସାମିଲ ହେବା ପରେ ଏହାର ସଦସ୍ୟ ସଂଖ୍ୟା ୧୧ରେ ପହଞ୍ଚିଯିବ।
ସୂଚନା ଅନୁସାରେ, ବ୍ରିକ୍ସ ସମ୍ମିଳନୀରେ ଏକାଠି ନଜର ଆସିଲେ ମୋଦୀ, ଜିନ୍ପିଙ୍ଗ୍। ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏକାଠି ଆଲୋଚନା କରିଛନ୍ତି। ସାଉଥ୍ ଆଫ୍ରିକାରେ ଆୟୋଜିତ ବ୍ରିକ୍ସ ସମ୍ମଳିନୀରେ ଚୀନକୁ ଐତିହାସିକ ବନ୍ଧୁ ରାଷ୍ଟ୍ର ବୋଲି କହି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହାସହ ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ-୩ ବିଷୟରେ ବି ଆଲୋଚନା କରିଛନ୍ତି। ମୋଦୀ କହିଛନ୍ତି ଚନ୍ଦ୍ରଯାନ-୩ର ସଫଳତା କେବଳ ଭାରତର ନୁହେଁ ପୂରା ମାନବ ଜାତିର ସଫଳତା। ପ୍ରଧାନମନ୍ତ୍ରୀ ବ୍ରିକ୍ସ ସମ୍ମିଳନୀରେ ବୈଜ୍ଞାନିକ ମାନଙ୍କୁ ଚନ୍ଦ୍ରଯାନ-୩ର ଶ୍ରେୟ ଦେଇଛନ୍ତି।