ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଡିଏଫ୍ଓ, ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ
ଡିଏଫ୍ଓଙ୍କ ଭୁବନେଶ୍ୱରର ପଟିଆ ସ୍ଥିତ ଘରେ ମଧ୍ୟ ଚଢ଼ାଉ ଚାଲିଛି।
ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ଡିଏଫ୍ଓ ଜଣକ ହେଉଛନ୍ତି ରାୟଗଡ଼ା ଡିଏଫ୍ଓ ବିଜୟ ପରିଡ଼ା। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ହୋଇଛି। ରାୟଗଡ଼ାର ଗାନ୍ଧିନଗର ସ୍ଥିତ ସରକାରୀ ବାସଭବନରେ ରେଡ୍ କରାଯାଇଛି। ଯାଜପୁରର ଦାନଗଦୀ ନିକଟ ଦାମୋଦରପୁର ପୈତୃକ ଘରେ ଚଢ଼ାଉ ହୋଇଛି। ଏହା ସହ ଜଣେ ସଂପର୍କୀୟଙ୍କ କଟକରେ ଥିବା ୨ଟି ଘରେ ଚଢ଼ାଉ କରାଯାଇଛି। ଡିଏଫ୍ଓଙ୍କ ଭୁବନେଶ୍ୱରର ପଟିଆ ସ୍ଥିତ ଘରେ ମଧ୍ୟ ଚଢ଼ାଉ ଚାଲିଛି।