Odisha Link
Bridging the Missing Links in Odisha

ଶ୍ରୀଜଗନ୍ନାଥ ମେଡିକାଲ କଲେଜର ରାଗିଂ ଘଟଣା: ଆଣ୍ଟିି ରାଗିଂ କମିଟିର କଡ଼ା ନିଷ୍ପତି

ଓଏଲ୍‌ ବ୍ୟୁରୋ: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଘଟଣାରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ସଂପୃକ୍ତ ତିନି ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କଲେଜ କର୍ତୃପକ୍ଷ। ଆସନ୍ତା ୨ ମାସ ଯାଏଁ ୩ ଛାତ୍ର ହଷ୍ଟେଲରେ ରହିପାରିବେ ନାହଁ କି କଲେଜରେ ପାଠ ପଢିପାରିବେ ନାହିଁ। ଏଥିସହ ୨୫ ହଜାର ଟଙ୍କା ଜୋରିମାନା କରାଯାଇଛି।

ସୂଚନା ଅନୁସାରେ, ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ତିନି ଛାତ୍ର ମେଡିକାଲ କଲେଜର ଜଣେ ପ୍ରଥମ ବର୍ଷର ଛାତ୍ରଙ୍କ କାଟି ଦେଇଥିଲେ। ଗତ ୧୭ ତାରିଖରେ ଏହି ଘଟଣା ଘଟିବା ପରେ ଛାତ୍ର ଜଣଙ୍କ କଲେଜର ଡିନଙ୍କ ନିକଟରେ ଅଭିଯୋଗ କରିଥିଲେ। ସେପଟେ ପୁଲିସରେ ମଧ୍ୟ ଏ ନେଇ ଏତଲା ଦାୟର ହୋଇଛି। ପେଣ୍ଠକଣ୍ଠା ସାମୁଦ୍ରିକ ଥାନା ମାମଲା ରୁଜୁ କରି ତିିନି ଜଣ ଛାତ୍ରଙ୍କୁ ନୋଟିସ୍ କରିଛି। ତେବେ ଏଭଳି କାଣ୍ଡ କରିଥିବା ଛାତ୍ରଙ୍କୁ ଉଚିତ୍ ଶିକ୍ଷା ମିଳିବା ଦରକାର ବୋଲି ଦାବି ହୋଇଥିଲା। ଇଣ୍ଟରନାଲ ଆସେସମେଣ୍ଟରୁ ସଂପୃକ୍ତ ୩ ଛାତ୍ର ବଞ୍ଚିତ ହେବେ ବୋଲି ମଧ୍ୟ ଆଣ୍ଟିି ରାଗିଂ କମିଟି ନିଷ୍ପତି ନେଇଛି।

Leave A Reply

Your email address will not be published.