ସଡ଼କ ଦୁର୍ଘଟଣା: ମାଡ଼ିଗଲା ଟ୍ରକ୍, ଚାଲିଗଲା ୧୩ ଗୋରୁଙ୍କ ଜୀବନ
ଘଟଣାସ୍ଥଳରେ ଚା' ଦୋକାନୀ ଅଳ୍ପକେ ବର୍ତ୍ତିଯାଇଥିଲେ

ଓଏଲ୍ ବ୍ୟୁରୋ: କାମାକ୍ଷାନଗର ପରଜଙ୍ଗ ଥାନା ବାରିହାପୁର ନିକଟରେ ଦୁର୍ଘଟଣା ଘଟିଥିବା ଜଣା ପଡିଛି। ରାସ୍ତାରେ ଶୋଇଥିବା ୧୩ ଗୋରୁଙ୍କ ଉପରେ ଟ୍ରକ୍ ମାଡିଯାଇଛି। ଦୁର୍ଘଟଣାରେ ନିରୀହ ଗୋରୁଙ୍କ ମୃତ୍ୟୁ ଘଟିଛି। ପରଜଙ୍ଗ ଥାନା ବାରିହାପୁର ନିକଟରେ ଗୋରୁଙ୍କୁ ଧକ୍କା ଦେଇ ଚା’ ଦୋକାନ ଆଡ଼କୁ ଟ୍ରକ୍ ମାଡିଯାଇଥିଲା। ଘଟଣାସ୍ଥଳରେ ଚା’ ଦୋକାନୀ ଅଳ୍ପକେ ବର୍ତ୍ତିଯାଇଥିଲେ। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ସହ ଡ୍ରାଇଭର ଚମ୍ପଟ ମାରିଥିବା ଜଣା ପଡିଛି।