Odisha Link
Bridging the Missing Links in Odisha

ଯାଜପୁର ଗସ୍ତରେ ୫-ଟି ସଚିବ, ଲୋକଙ୍କ ଠାରୁ ଗ୍ରହଣ କଲେ ଅଭିଯୋଗ ପତ୍ର

ଓଏଲ୍ ବ୍ୟୁରୋ: ତିନିଆ ଦିନିଆ ଯାଜପୁର ଜିଲ୍ଲା ଗସ୍ତର ଶେଷ ଦିନରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଜଅର (ଦାନଗଦି ବ୍ଲକ) ପଡ଼ିଆରେ ପହଂଚି ଥିଲେ। ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପ୍ରାୟ ୨୫ ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ଜିଲ୍ଲା ଗସ୍ତର ତୃତୀୟ ଦିନରେ ସକାଳୁ ସକାଳୁ ମାଆ ବିରଜାଙ୍କୁ ଦର୍ଶନ କରିଛନ୍ତି ଫାଇଭ-ଟି ସଚିବ। ବିରଜା ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହିତ ମନ୍ଦିରର ରୂପାନ୍ତରଣ ନେଇ ଆଲୋଚନା କରିଥିଲେ।

ଏହା ସହ ଫାଇଭ-ଟି ସଚିବ ସେବାୟତ ଓ ସାଧାରଣ ଲୋକଙ୍କ ସହିତ କଥା ହୋଇଥିଲେ। ପରେ ମିଶନ ଶକ୍ତି କାଫେରେ ପହଞ୍ଚି ମାଆମାନଙ୍କ ସହିତ ଆଲୋଚନା କରିଥିଲେ। ସ୍ଵୟଂ ସହାୟକ ଗୋଷ୍ଠୀ, କମ୍ୟୁନିଟି ଷ୍ଟାଫ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ୫-ଟି ସଚିବ ଅଭିଯୋଗ ପତ୍ର ଗ୍ରହଣ କରୁଛନ୍ତି।

Leave A Reply

Your email address will not be published.