Odisha Link
Bridging the Missing Links in Odisha

ଆଗୁଆ ନିର୍ବାଚନ ହେଲେ ଅସୁବିଧା ନାହିଁ: ବିଜେଡି ବିଧାୟକ

ଓଏଲ୍ ବ୍ୟୁରୋ: ଏକକ ନିର୍ବାଚନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିିଥିବା ବେଳେ ବିଧାୟକ ବଦ୍ରି ପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବୋଧେ ଏହା ଶେଷ ଅଧିବେଶନ। ଯଦି ଆଗୁଆ ନିର୍ବାଚନ ହୁଏ ତେବେ ଏହା ଶେଷ ଅଧିବେଶନ ହେବ।

ସେ ଆହୁରି ମଧ୍ୟ କହିଛନ୍ତି, ଏକକ ନିର୍ବାଚନ ଆଇନ ଆସିଲେ ଆଗୁଆ ନିର୍ବାଚନ ହୋଇପାରେ। ଆଗୁଆ ନିର୍ବାଚନ ହେଲେ ଅସୁବିଧା ନାହିଁ। ଅନ୍ୟଦଳ ଅପେକ୍ଷା ଆମେ ଅଧିକ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବିଧାୟକ ବଦ୍ରି ପାତ୍ର କହିଛନ୍ତି।

ସୂଚନା ଅନୁସାରେ, ଏକକ ନିର୍ବାଚନକୁ ନେଇ ଆଉ ପାଦେ ଆଗକୁ ବଢ଼ିଲା କେନ୍ଦ୍ର। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କମିଟି ଗଠିତ ହୋଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ କରାଯାଇଛି। କେନ୍ଦ୍ର ସରକାରଙ୍କ ରିପୋର୍ଟ ଦେବ କମିଟି। ଗଠିତ ହୋଇଥିବା କମିଟି ନିୟମକୁ ତଦାରଖ କରିବ।

ଦେଶରେ ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ନେଇ ବିତର୍କ ଦୀର୍ଘଦିନ ହେଲା ହୋଇ ଆସୁଛି। ଦେଶର ବିକାଶ ପଥରେ ଗତିଶୀଳତା ପାଇଁ ‘ଏକ ଦେଶ ଏକ ନିର୍ବାଚନ’ ବିଲ ଆଣିପାରନ୍ତି। କେବଳ ଭାରତ ନୁହେଁ ଏକକ ନିର୍ବାଚନ ପ୍ରଥା ବିଶ୍ୱଦରବାରରେ ପରିଚୟ ସୃଷ୍ଟି କରିପାରିବ ବୋଲି ରାଜନୈତିକ ସୂତ୍ରରୁ ସୂଚନା ରହିଛି।

Leave A Reply

Your email address will not be published.