Odisha Link
Bridging the Missing Links in Odisha

ଏକକ ନିର୍ବାଚନ: କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତି

ଓଏଲ୍‌ ବ୍ୟୁରୋ: ଏକକ ନିର୍ବାଚନକୁ ନେଇ ଆଉ ପାଦେ ଆଗକୁ ବଢ଼ିଲା କେନ୍ଦ୍ର। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କମିଟି ଗଠିତ ହୋଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ କରାଯାଇଛି। କେନ୍ଦ୍ର ସରକାରଙ୍କ ରିପୋର୍ଟ ଦେବ କମିଟି। ଗଠିତ ହୋଇଥିବା କମିଟି ନିୟମକୁ ତଦାରଖ କରିବ। ଦେଶରେ ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ନେଇ ବିତର୍କ ଦୀର୍ଘଦିନ ହେଲା ହୋଇ ଆସୁଛି। ଦେଶର ବିକାଶ ପଥରେ ଗତିଶୀଳତା ପାଇଁ ‘ଏକ ଦେଶ ଏକ ନିର୍ବାଚନ’ ବିଲ ଆଣିପାରନ୍ତି। କେବଳ ଭାରତ ନୁହେଁ ଏକକ ନିର୍ବାଚନ ପ୍ରଥା ବିଶ୍ୱଦରବାରରେ ପରିଚୟ ସୃଷ୍ଟି କରିପାରିବ ବୋଲି ରାଜନୈତିକ ସୂତ୍ରରୁ ସୂଚନା ରହିଛି।

Leave A Reply

Your email address will not be published.