ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି: ଭୁବନେଶ୍ୱରରେ ବିମାନ ବନ୍ଦରରେ ଜରୁରୀ ଅବତରଣ
ଓଏଲ୍ ବ୍ୟୁରୋ: ଇଣ୍ଡିଗୋ ବିମାନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେବାର ଅଧା ରାସ୍ତାରୁ ଫେରି ଆସିଛି। ଉଡାଣର ୨୫ ମିନିଟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିବା କ୍ୟାପଟେନ ଘୋଷଣା କରିଥିଲେ। ବିମାନର ବାମ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ହୋଇଥିବା ସେ ସୂଚନା ଦେଇଥିଲେ। ଆକାଶରୁ ପୁଣି ଭୁବନେଶ୍ୱରକୁ ଫେରିଥିଲା ଇଣ୍ଡିଗୋ ବିମାନ।
ଇଣ୍ଡିଗୋ ବିମାନ ୬ଇ-୨୦୬୫ ଭୁବନେଶ୍ୱରରୁ ୧୮୦ ଜଣ ଯାତ୍ରୀଙ୍କୁ ନେଇ ନେଇ ଦିଲ୍ଲୀ ଯାଉଥିଲା। ଏଭଳି ଘଟଣା ଘଟିବା ପରେ ବିମାନଟି ଜରୁରୀ ଅବତରଣ କରିଛି। ସମସ୍ତ ଯାତ୍ରୀଙ୍କୁ ନେଇ ବିମାନଟି ସୁରକ୍ଷିତ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଛି। ବିମାନଟି ବର୍ତ୍ତମାନ ଭୁବନେଶ୍ୱରରେ ଥିବାବେଳେ ଡିଜିସିଏ ଅନୁମତି ଦେଲେ ବିମାନ ଛାଡିବ ବୋଲି ନିର୍ଦ୍ଦେଶକ କହିଛନ୍ତି।