ଆଗକୁ ସାଧାରଣ ନିର୍ବାଚନ: କଂଗ୍ରେସରେ ମିଶିଲେ ହକି ତାରକା ପ୍ରବୋଧ ତିର୍କୀ
![](https://www.odishalink.com/wp-content/uploads/2023/09/prabodh.jpg)
ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନକୁ ଆଉ ଏକ ବର୍ଷରୁ କମ୍ ସମୟ ରହିଛି। ନିର୍ବାଚନ ଯେତେ ପାଖଉଛି ରାଜନୈତିକ ପାଣିପାଗ ସେତେ ବଦଳିବାରେ ଲାଗିଛି। ଯାହାକୁ ନଜରରେ ରଖି ଏବେଠୁ ସମସ୍ତ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରିଲେଣି। ଏହାରି ମଧ୍ୟରେ ଆନୁଷ୍ଠାନିକ ଭାବେ କଂଗ୍ରେସରେ ମିଶିଲେ ହକି ତାରକା ପ୍ରବୋଧ ତିର୍କୀ। ହକି ପଡିଆରେ କମାଲ କରୁଥିବା ପ୍ରବୋଧ ତୀର୍କୀ ଏବେ ରାଜନୈତିକ ମୈଦାନରେ ଭାଗ୍ୟ ପରିକ୍ଷା କରିବାକୁ ଯାଉଛନ୍ତି।
ଭାରତୀୟ ହକି ଟିମର ପୂୂୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ପ୍ରବୋଧ ତିର୍କୀ କଂଗ୍ରେସରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। ଆଗକୁ ଲୋକଙ୍କ ସେବା ଓ ବିକାଶକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି ପ୍ରବୋଧ ତିର୍କୀ। ପିସିସି ସଭାପତି ଶରତ ପଟ୍ଟନାୟକ, ଓଡିଶା ପ୍ରଭାରୀ ଚେଲା କୁମାର, ବିଧାୟକ ସୁରେଶ ରାଉତରାୟ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରବୋଧ ତିର୍କୀ କଂଗ୍ରେସରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି।