ରେଳ ଟ୍ରାକ୍ରେ ପଡ଼ିଛି ଶାଳଗଛ, ଅଟକିଛି ବାଲେଶ୍ୱର-ବାଙ୍ଗିରିପୋଷି ଡିଏମୟୁ

ଓଏଲ୍ ବ୍ୟୁରୋ: ବାରିପଦାରେ ରେଳ ଧାରଣା ଉପରେ ଶାଳ ଗଛ ଭାଙ୍ଗି ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଛି। ବେତନଟୀ ଷ୍ଟେସନ ନିକଟ ଟ୍ରାକ୍ ଉପରେ ଶାଳ ଗଛ ପଡ଼ିରହିଛି। ଶାଳ ଗଛ ପଡ଼ିଯିବାରୁ ବିଦ୍ୟୁତ ତାର ମଧ୍ୟ ଛିଡ଼ିପଡ଼ିଥିବା ଜଣା ପଡ଼ିଛି। ଏହା ଦ୍ୱାରା ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଟ୍ରାକ ଫାଙ୍କା ନଥିବାରୁ ବାଲେଶ୍ୱର-ବାଙ୍ଗିରିପୋଷି ଡିଏମୟୁ ଅଟକି ରହିଛି। ବର୍ତ୍ତମାନ ସୁଦ୍ଧା ରେଳ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା କୁହାଯାଉଛି।