ମିଲେଟ ଉତ୍ପାଦନକୁ ପ୍ରୋତ୍ସାହନ, ଓଡ଼ିଶାରେ ପାଳିତ ହେବ ଆନ୍ତର୍ଜାତିକ ମିଲେଟ ସମ୍ମିଳନୀ
ଓଏଲ୍ ବ୍ୟୁରୋ: ଓଡ଼ିଶା ମାଣ୍ଡିଆ ରପ୍ତାନି କ୍ଷେତ୍ରରେ ସଫଳତା ଲାଭ କରିଛି। ରାଜ୍ୟରେ ଉତ୍ପାଦିତ ମାଣ୍ଡିଆକୁ ବିଦେଶକୁ ରପ୍ତାନି କରାଯାଇଛି। ତେବେ ରାଜ୍ୟ ସରକାର ମିଲେଟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୧୦ ନଭେମ୍ବର ୨୦୨୨କୁ ମାଣ୍ଡିଆ ଦିବସ ଭାବେ ଘୋଷଣା ହୋଇଛି। ଆସନ୍ତା ନଭେମ୍ବରରେ ୨ ଦିନିଆ ଆନ୍ତର୍ଜାତିକ ମିଲେଟ ସମ୍ମିଳନୀ ଅନୁଷ୍ଠିତ ହେବ। ନଭେମ୍ବର ୯ ଓ ୧୦ ତାରିଖରେ ଭୁବନେଶ୍ୱର ଜନତା ମଇଦାନରେ ମିଲେଟ ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରିବାକୁ ଜୋର ଦେଉଛନ୍ତି ରାଜ୍ୟ ସରକାର।
ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ମିଲେଟ ଖାଦ୍ୟ ସଂସ୍କୃତିର ପୁନରୁଦ୍ଧାର ଓ ଚାଷକୁ ପ୍ରୋତ୍ସାହନ ଦେବା ଏହି ସମ୍ମିଳନୀର ଲକ୍ଷ୍ୟ। ଓଡିଶା ମିଲେଟ ମିଶନର କାର୍ଯ୍ୟପନ୍ଥା ଅନୁସାରେ ଚଳିତ ବର୍ଷ ୧୦ ନଭେମ୍ବର ୨୦୨୩ରେ ଆନ୍ତର୍ଜାତିକ ମିଲେଟ ବର୍ଷ ସମ୍ମିଳନୀ ଆୟୋଜନ ନିମନ୍ତେ ଏହାର କାର୍ଯ୍ୟ ଯୋଜନାକୁ ଅନୁମୋଦନ ମିଳିଛି। ମିଲେଟର ବହୁଳ ବ୍ୟବହାର, ମିଲେଟ ଚାଷର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ବିଭିନ୍ନ ସହଭାଗୀ ସଂସ୍ଥାର ସହଯୋଗରେ ଆଗାମୀ ନଭେମ୍ବର ୯ ଓ ୧୦ ତାରିଖ ଦୁଇ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ।