Odisha Link
Bridging the Missing Links in Odisha

ଓଟିଇଟି ପରୀକ୍ଷା ପ୍ରସଙ୍ଗ: ୱେବସାଇଟରେ ଉପଲବ୍ଧ ହେଲା ପରୀକ୍ଷା କପି

୧୨ ସେପ୍ଟେମ୍ବର ଯାଏଁ ଓଏମଆର କପି ଯାଞ୍ଚ କରିହେବ।

ଓଏଲ୍‌ ବ୍ୟୁରୋ: ଓଟିଇଟି ପରୀକ୍ଷା ରେଜଲ୍ଟ ଆସିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିବାଦ ବଢିଥିଲା। ଏହି ବିବାଦ ପରେ ୱେବସାଇଟରେ ଓଟିଇଟି ପରୀକ୍ଷା ଓଏମଆର କପି ଉପଲବ୍ଧ ହୋଇଛି। ଅନଲାଇନରେ ମୂଲ୍ୟାୟନ ଯାଞ୍ଚ କରିହେବ। ତେବେ ଯାଞ୍ଚ ପାଇଁ ରୋଲ ନଂ ଓ ମୋବାଇଲ ନଂ ଦେବାକୁ ପଡିବ। ୧୨ ସେପ୍ଟେମ୍ବର ଯାଏଁ ଓଏମଆର କପି ଯାଞ୍ଚ କରିହେବ। ଓଟିଇଟି ପରୀକ୍ଷା ଓଏମଆର କପି ଯାଞ୍ଚ କରିବା ପାଇଁ ୱେବସାଇଟ ହେଉଛି www.bseodisha.ac.in।

ସୂଚନା ଅନୁସାରେ, ଗତ ୪ ଦିନ ପୂର୍ବରୁ ଶହ ଶହ ପରୀକ୍ଷାର୍ଥୀ କଟକ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ଅଫିସ ଘେରିଥିଲେ। ଫରୀକ୍ଷା ଫଳ ପ୍ରକାଶ ଠିକ୍ ଭାବେ ହୋଇନଥିବା ଦର୍ଶାଇ ପରିକ୍ଷାର୍ଥୀ ପ୍ରତିବାଦ କରିଥିଲେ। ଗୁରୁବାର ଓଟିଇଟି ପରୀକ୍ଷା ଫଳ ବାହାରିଥିବା ବେଳେ ଏଥିରେ ତ୍ରୁଟି ହୋଇଥିବା ନେଇ ସେମାନେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.