ଲାଞ୍ଚ ନେବା ହେଲା କାଳ, ଜଣେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମିଳିଲା ଜେଲ୍ ଦଣ୍ଡ
ଓଏଲ୍ ବ୍ୟୁରୋ: ଜଟଣୀ ବଡ଼ନୂଆଗାଁ ଉଚ୍ଚ ପ୍ରାଥମିକ ସ୍କୁଲର ଜଣେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ୩ ବର୍ଷ ଜେଲ୍ ହୋଇଥିବା ଜଣା ପଡିଛି। ୨ଟି ମାମଲାରେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଦେବୀଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦଣ୍ଡାଦେଶ ଘୋଷଣା କରିଛନ୍ତି। ଗୋଟିଏରେ ୩ ବର୍ଷ ଓ ଅନ୍ୟଟିରେ ୨ ବର୍ଷ ଜେଲ ଘୋଷଣା କରାଯାଇଛି। ଉଭୟ ଜେଲ୍ ଦଣ୍ଡାଦେଶ ଏକ ସମୟରେ କାର୍ଯ୍ୟକାରୀ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ୨୦୧୩ରେ ଜଟଣୀ ବଡ଼ନୂଆଗାଁ ଉଚ୍ଚ ପ୍ରାଥମିକ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଦେବୀ ଲାଞ୍ଚ ନେଇ ଧରାପଡିଥିଲେ। ତେବେ ଏହାପରେ ଅଭିଯୋଗ କ୍ରମେ ମାମଲା ଦାୟର ହୋଇଥିଲା। ଏହି ମାମଲାର ଶୁଣାଣି କରି ୧୦ବର୍ଷ ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଘୋଷଣା କରିଛନ୍ତି।