ଆଜି ଭାରତ ବନାମ ବାଂଲାଦେଶ, ପ୍ରଥମେ ବୋଲିଂ କରିବ ରୋହିତ ବାହିନୀ
![](https://www.odishalink.com/wp-content/uploads/2023/09/bangla-750x430.jpg)
ଓଏଲ୍ ବ୍ୟୁରୋ: ପାକିସ୍ତାନ ବିରୋଧରେ ଭାରତ ଦମଦାର ବିଜୟ ହାସଲ କରିଥିଲା। ଏସିଆ କପ ସୁପର ଫୋରରେ ଭାରତ ପାକିସ୍ତାନକୁ ହରାଇ ବିଶାଳ ବିଜୟ ହାସଲ କରିବା ପରେ କ୍ରିକେଟ ପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା। ଏହା ପରେ ଶ୍ରୀଲଙ୍କା ସହ ଥିବା ମ୍ୟାଚରେ ବାଜି ମାରିଥିଲା ଭାରତ। ଯାହା ଦ୍ୱାରା ଫାଇନାଲ ରାଉଣ୍ଡକୁ ଉତ୍ତୀର୍ଣ ହୋଇପାରିଛି। ତେବେ ଆଜି ଭାରତକୁ ଭେଟିବ ବାଂଲାଦେଶ। ଟସ ଜିତିବା ପରେ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି। ତେବେ ଆଜିର ଏହି ଦିନିକିଆ ମ୍ୟାଚରେ ଡେବ୍ୟୁ କରିବେ ତିଲକ ବର୍ମା। ଏହା ସହ ଦଳରେ ୪ ପରିବର୍ତନ ଦେଖିବାକୁ ମିଳିଛି।
ଭାରତୀୟ ଏକାଦଶ: ରୋହିତ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, କେଏଲ ରାହୁଲ, ଇଶାନ କିଷନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ପ୍ରସିଦ୍ଧ କ୍ରିଷ୍ଣା
ବାଂଲାଦେଶ ଏକାଦଶ: ଲିଟନ୍ ଦାସ, ତାନଜିଦ ହାସନ, ଅନାମୁଲ ହକ୍, ସକିବ୍ ଅଲ ହାସନ, ତୋହିଡ ହ୍ରିଡୋ, ସାମିମ ହୁସେନ, ମେହେଦି ହାସନ ମିରାଜ, ମାହେଦି ହାସନ, ନସୁମ ଅହମ୍ମଦ, ତାଞ୍ଜିମ ହାସନ ସାକିବ, ମୁସ୍ତାଫିଜୁର ରହମାନ