ଲଘୁଚାପ ପ୍ରଭାବ: ସ୍ୱାଭାବିକ ତୁଳନାରେ ୬୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ
![](https://www.odishalink.com/wp-content/uploads/2019/06/monsoon-2.jpg)
ଓଏଲ୍ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିଲା। ଏହା ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲା। ଏହା ଆଗାମୀ ୨ ଦିନ ଯାଏଁ ଓଡିଶା ଏବଂ ଛତିଶଗଡ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।
ସୂଚନା ଅନୁସାରେ, ସେପ୍ଟେମ୍ବର ମାସରେ ଆଜି ସୁଦ୍ଧା ୨୧୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୩୭.୩ ମିମି ତୁଳନାରେ ୬୦ ପ୍ରତିଶତ ଅଧିକ ରହିଛି। ଏପର୍ଯ୍ୟନ୍ତ ସେପ୍ଟେମ୍ବର ମାସର ସ୍ୱାଭାବିକ ବର୍ଷା ୨୩୫.୭ ମିମିର ୯୨ପ୍ରତିଶତ ଅନୁଭୂତ ହୋଇସାରିଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ସହ ହାରାହାରି ବର୍ଷା ୨୭.୧ ମିମି ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୬.୯ ମିମି ତୁଳନାରେ ୨୯୩ ପ୍ରତିଶତ ଅଧିକ ରହିଛି। ସର୍ବାଧିକ ହାରାହାରି ବର୍ଷା ବଲାଙ୍ଗୀର ଜିଲ୍ଲାରେ ୭୨.୪ ମିମି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୬.୧ ମିମି ତୁଳନାରେ ୧୦୮୭ ପ୍ରତିଶତ ଅଧିକ ପାଣିପାଗ ବିଭାଗ ସୂଚନା ଦେଇଛି।