ଶ୍ରୀମନ୍ଦିରରେ ତୁଟିଲା ବିବାଦ, ୫ ଘଣ୍ଟା ପରେ ହେଲା ସମସ୍ୟାର ସମାଧାନ
![](https://www.odishalink.com/wp-content/uploads/2023/05/puri-1-750x430.jpg)
ଓଏଲ୍ ବ୍ୟୁରୋ: ବଡ଼ଦେଉଳରେ ନୀତିକାନ୍ତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଥିଲା। ସେବା ନିବୃତ ଜଣେ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ବିବାଦ ଦେଖାଦେଇଥିଲା। ସେବା ନିବୃତ ସତ୍ତ୍ବେ ଶ୍ରୀମନ୍ଦିରରେ ସେବା କାର୍ଯ୍ୟରେ ନିୟୋଜିତକୁ ଅନ୍ୟ ସେବାୟତ ବିରୋଧ କରିଥିଲେ। ଯାହାକୁ ନେଇ ଏବେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ଦେଖାଦେଇଥିଲା। ଅନ୍ୟ ସେବାୟତ ସେବା ପୂଜା କରିବାକୁ ବାରଣ କରିଛନ୍ତି। ଏନେଇ ନୀତି ପ୍ରଶାସକ ସେବାୟତଙ୍କ ସହ ଆଲୋଚନା କରିଥିଲେ। ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ୱାର ଫିଟା, ଭିତର ଶୋଧ, ମଙ୍ଗଳ ଆଳତି, ରୋଷହୋମ, ମଇଲମ ନୀତି ହୋଇଛି। ଏହା ପରଠାରୁ ନୀତି କାନ୍ତିରେ ବିଭ୍ରାଟ ଦେଖାଦେଇଥିଲା। ବର୍ତ୍ତମାନ ତାହା ତୁଟିଛି, ଶ୍ରୀମନ୍ଦିରରେ ମହାସ୍ନାନ ପରେ ଅନ୍ୟାନ୍ୟ ନୀତି କରାଯିବ ବୋଲି ସୂଚନା ରହିଛି।
ସୂଚନା ଅନୁସାରେ, ଅନ୍ୟଜାତିରେ ବିବାହ କରିଥିବାରୁ ମହାପ୍ରଭୁଙ୍କ ସେବା ପୂଜାରୁ ସିଂହାରୀ ସେବାୟତ ସଂଘମିଶ୍ର ସିଂହାରୀଙ୍କୁ ବଞ୍ଚିତ କରାଯାଇଥିଲା। ଯାହା ପାଇଁ ନିଯୋଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ହେଲେ ଆଜି ସକାଳୁ ସକାଳୁ ନିଲମ୍ବିତ ସିଂହାରୀ ସେବାୟତ ଯାଇ ମହାପ୍ରଭୁଙ୍କ ସେବା ପୂଜା କରିଥିଲେ। ଏହା ପରଠାରୁ ନୀତି କାନ୍ତିରେ ବିଭ୍ରାଟ ଦେଖାଦେଇଥିଲା। ବିବାଦ ତୁଟାଇବାକୁ ଶ୍ରୀମନ୍ଦିରରେ ନୀତି ପ୍ରଶାସକ ଉପସ୍ଥିତ ରହିଥିଲେ। ଏନେଇ ବିଭିନ୍ନ ନିଯୋଗଙ୍କ ସହ ନୀତି ପ୍ରଶାସକଙ୍କ ଆଲୋଚନା କରିଥିଲେ।