Odisha Link
Bridging the Missing Links in Odisha

ଲିବ୍ୟାରେ ପ୍ରକୃତିର ତାଣ୍ଡବ, ଏଯାବତ ମିଳୁନି ୯ ହଜାର ଲୋକଙ୍କ ପତ୍ତା

ଓଏଲ୍‌ ବ୍ୟୁରୋ: ଆଫ୍ରିକୀୟ ଦେଶ ଲିବ୍ୟାରେ ପ୍ରକୃତିର ତାଣ୍ଡବ। ଆଫ୍ରିକୀୟ ଦେଶ ଲିବ୍ୟାରେ ସାମୁଦ୍ରିକ ଝଡ ‘ଡାନିଏଲ’ ପ୍ରଳୟ ସୃଷ୍ଟି କରିଛି। ଲିବ୍ୟାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାସ୍ଥିତି ସୃଷ୍ଟି ହୋଇଥିଲା। ଏହା ପ୍ରଭାବରେ ୧୧ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ପୂର୍ବରୁ ରିପୋର୍ଟରୁ ଜଣା ପଡିଥିଲା। ବର୍ତ୍ତମାନ ମିଳିଥିବା ରିପୋର୍ଟ ମୁତାବକ ବନ୍ୟାରେ ମୃତ୍ୟୁସଂଖ୍ୟା ୩୯୫୮। କିନ୍ତୁ ଏଯାବତ ୯ ହଜାର ନିଖୋଜ ଥିବା ସୂଚନା ରହିଛି।

ଝଡ଼ ଓ ବନ୍ୟା ପ୍ରଭାବରେ ଅନେକ ଉପକୂଳ ସହର ଜଳାର୍ଣ୍ଣବ ହୋଇଥିଲା। ଆଫ୍ରିକୀୟ ଦେଶ ଲିବ୍ୟାରେ ସାମୁଦ୍ରିକ ଝଡ ‘ଡାନିଏଲ’ ପ୍ରଭାବରେ ଦୁଃଖର ଲହରୀ ଖେଳିଯାଇଛି। ଭୂମିକମ୍ପ ଓ ବନ୍ୟା ବନ୍ୟା ଛାଡିଗଲା ପରେ ସ୍ଥିତି ଅତି ଭୟଙ୍କର ହୋଇପଡିଛି। ଏବେ ଚାରିଆଡେ ଖାଲି କୁଢ କୁଢ ଶବ ଦେଖିବାକୁ ମିଳିଛି। ବନ୍ଦର ସହର ଡେର୍ନା ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି। ୨ଟି ଡ୍ୟାମ୍‌ ଭୁଶୁଡ଼ି ପଡ଼ିବାରୁ ଅକଳ୍ପନୀୟ କ୍ଷୟକ୍ଷତି ଦେଖିବାକୁ ମିଳିଛି। ଲିବିୟା‌ରେ ମୃତ୍ୟୁର ଏଭଳି ତାଣ୍ଡବ ଦେଖି ଲୋକେ ସ୍ତବ୍ଧ ହୋଇଯାଇଛନ୍ତି।

Leave A Reply

Your email address will not be published.