Odisha Link
Bridging the Missing Links in Odisha

ମହିଳା ସଂରକ୍ଷଣ ବିଲ୍‌: ସମର୍ଥନ ଜଣାଇଲା ବିଜେଡି

ଓଏଲ୍‌ ବ୍ୟୁରୋ: ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଆଉ ଅଧିବେଶନର ଆରମ୍ଭରୁ ମହିଳା ସଂରକ୍ଷଣକୁ ନେଇ ଓଡ଼ିଶାର ବଡ଼ ବିଜୟ ହୋଇଥିଲା। ଏଣିକି ସଂସଦକୁ ଯିବେ ୩୩ ପ୍ରତିଶତ ମହିଳା। ଲୋକସଭାରେ ବିଜେଡି ସାଂସଦ ରାଜଶ୍ରୀ ମଲ୍ଲିକ ନିଜର ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଦଳ ତରଫରୁ ବିଲ୍‌କୁ ସମର୍ଥନ ଜଣାଉଛି। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ତ୍ରିସ୍ତରୀୟ ନିର୍ବାଚନରେ ୩୩% ସଂରକ୍ଷଣ ଆଣିଥଲେ। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ୫୦% ସଂରକ୍ଷଣ କରିଥିଲେ।

ଅନ୍ୟପଟେ, ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ସୋନିଆ ଗାନ୍ଧୀ ମତ ପୋଷଣ କରିଛନ୍ତି। ଏହା ସହ ସେ କହିଛନ୍ତି, ମୋ ଜୀବନସାଥୀ ରାଜୀବ ଗାନ୍ଧି ହିଁ ପ୍ରଥମେ ଏହି ବିଲ୍ ଆଣିଥିଲେ। ଏହି ବିଲ୍ ପାରିତ ହେଲେ ରାଜୀବଙ୍କ ସ୍ୱପ୍ନ ପୂରଣ ହୋଇଯିବ। ବିଲ୍‌କୁ କଂଗ୍ରେସ ସମର୍ଥନ କରୁଛି କହିଲେ ସୋନିଆ ଗାନ୍ଧି କହିଛନ୍ତି। ତେବେ ଆଜି ସନ୍ଧ୍ୟା ୬ଟା ଯାଏଁ ବିଲ୍‌ ଉପରେ ବିତର୍କ ହେବ ବୋଲି ସୂଚନା ରହିଛି।

ସୂଚନା ଅନୁସାରେ, ଗତ ୧୮ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍‌କୁ ଅନୁମୋଦନ ମିଳିଛି। ଲୋକସଭା ଓ ଦେଶର ବିଭିନ୍ନ ରାଜ୍ୟ ବିଧାନସଭାରେ ଏଣିକି ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା ହେବ।

ଅନ୍ୟପଟେ, ବିଜୁ ଜନତା ଦଳ ସାଂସଦ ସସ୍ମିତ ପାତ୍ର କହିଥିଲେ ଯେ, ନୂଆ ସଂସଦ ଭବନରେ ହେବାକୁ ଯାଉଥିବା ଅଧିବେଶନରେ ପ୍ରଥମ ବିଲ୍ ଭାବେ ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ଦିଅନ୍ତୁ ସରକାର। ସେ ଆହୁରି କହିଥିଲେ, ସଂସଦର ୭୫ ବର୍ଷ ପୂରଣ ସତ୍ତ୍ବେ ଏବେ ବି ମହିଳା ସଂରକ୍ଷଣ ବିଲ୍ ଗୃହୀତ ହୋଇପାରିନାହିଁ। ଆସନ୍ତାକାଲିଠାରୁ ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଥିବାବେଳେ ମହିଳା ସଂରକ୍ଷଣ ବିଲ୍ ପାସ ଲାଗି ସେ ଦାବି କରିଛନ୍ତି।

Leave A Reply

Your email address will not be published.