Odisha Link
Bridging the Missing Links in Odisha

ବାୟୁସେନାର ଶକ୍ତି ବଢାଇବ ସି-୨୯୫, ଆଜି ବାୟୁସେନା ଷ୍ଟେସନରେ କଲା ଅବତରଣ

ଓଏଲ୍‌ ବ୍ୟୁରୋ: ବାୟୁସେନାର ଶକ୍ତି ବଢାଇବ ସି-୨୯୫। ପ୍ରଥମ ସି-୨୯୫ ପରିବହନ ବିମାନ ବାୟୁସେନାକୁ ମିଳିଛି। ସ୍ପେନ୍‌ର ସେଭିଲେରେ ଏୟାର ଚିଫ ମାର୍ଶାଲ ଗ୍ରହଣ କଲେ। ଭାରତୀୟ ବାୟୁସେନାର ପ୍ରଥମ ସି-୨୯୫ ପରିବହନ ବିମାନ କିଛି ମିନିଟ୍ ପୂର୍ବରୁ ଭଦୋଦରା ବାୟୁସେନା ଷ୍ଟେସନରେ ଅବତରଣ କରିଛି। ଏହି ବିମାନଟି ଗ୍ରୁପ୍ କ୍ୟାପଟେନ୍ ପିଏସ୍ ନେଗିଙ୍କ ଦ୍ୱାରା ଆଜି ଉଡ଼ାଯାଇଥିବାବେଳେ ବର୍ତ୍ତମାନ ଅବତରଣ କରିଛି।

ସୂଚନା ଅନୁସାରେ, ୨୨ ହଜାର କୋଟିରେ ୫୬ଟି ସି-୨୯୫ ଭାରତ କିଣିବ ବୋଲି ସୂଚନା ରହିଛି। ଚୁକ୍ତି ଅନୁସାରେ ପ୍ରଥମ ୧୬ଟି ବିମାନ ସ୍ପେନ୍‌ରେ ତିଆରି ହେବ। ଅନ୍ୟ ୪୦ଟି ବିମାନ ଭାରତରେ ଟିଏଏସଏଲ ଦ୍ବାରା ତିଆରି ହେବ।

Leave A Reply

Your email address will not be published.