Odisha Link
Bridging the Missing Links in Odisha

ହୀରାକୁଦରେ ସ୍ୱାଭାବିକ ସ୍ଥିତି, ବନ୍ଦ କରାଗଲା ସମସ୍ତ ଗେଟ୍

ଓଏଲ୍‌ ବ୍ୟୁରୋ: ବର୍ଷାର ପରିମାଣ କମିଥିବାରୁ ୨୦ଟି ଗେଟ ବନ୍ଦ କରି ଦିଆଯାଇଛି। ରାଜ୍ୟରେ ଆଉ ବନ୍ୟା ସ୍ଥିତି ନାହିଁ। ହୀରାକୁଦ ଜଳସ୍ତର ଖସୁଛି ଯାହା ସ୍ୱାଭାବିକ ସ୍ଥିତିକୁ ଆସିଛି। ଉପରମୁଣ୍ଡରେ ଏବେ ବର୍ଷା ନାହିଁ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୮.୯୧ ଫୁଟ୍‌ ରହିଛି। ହୀରାକୁଦକୁ ପ୍ରବେଶ କରୁଛି ୧,୧୧,୧୬୯ କ୍ୟୁସେକ ଜଳ। ବର୍ତ୍ତମାନ ହୀରାକୁଦର ସମସ୍ତ ଗେଟ୍ ବନ୍ଦ ଅଛି।

ଅନ୍ୟପଟେ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍ ଖୋଲଥିଲା। ମୋଟ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ହୋଇଥିଲା। ଜଳସ୍ତର ୬୨୮.୧୫ ଫୁଟରେ ପହଂଚିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା। ବର୍ତ୍ତମାନ ସମସ୍ତ ଗେଟ୍ ବନ୍ଦ। ବର୍ଷାର ପରିମାଣ କମିଥିବାରୁ ୨୦ଟି ଗେଟ ବନ୍ଦ କରି ଦିଆଯାଇଛି।

ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିଲା। ଏହା ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲା।

Leave A Reply

Your email address will not be published.