Odisha Link
Bridging the Missing Links in Odisha

ଏଫ୍ଏମ୍‌ ବିଶ୍ୱବିଦ୍ୟାଳୟକୁ ମିଳିଲା ‘ଏ’ ଗ୍ରେଡ୍‌ ମାନ୍ୟତା

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ଅନ୍ୟ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟକୁ ପଛରେ ପକାଇଛି ଫକୀରମୋହନ ବିଶ୍ୱବିଦ୍ୟାଳୟ। ଜାତୀୟ ମୂଲ୍ୟାୟନ ଓ ଅଧିସ୍ୱୀକୃତି ପରିଷଦ ବା ‘ନାକ୍‌’ ଦ୍ୱାରା ଫକୀରମୋହନ ବିଶ୍ୱବିଦ୍ୟାଳୟ ‘ଏ’ ଗ୍ରେଡ୍‌ ମାନ୍ୟତା ମିଳିଛି। ଯାହା ବିଶ୍ଵବିଦ୍ୟାଳୟ ପାଇଁ ଗର୍ବର ବିଷୟ ପାଲଟିଛି। ୩.୧୮ ପଏଣ୍ଟ ସହ ରାଜ୍ୟର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛି ଫକୀରମୋହନ ବିଶ୍ୱବିଦ୍ୟାଳୟ। ଭିତ୍ତିଭୂମି ଓ ଷ୍ଟୁଡେଣ୍ଟ ସପୋର୍ଟରେ ସବୁଠୁ ଅଧିକ ଗ୍ରେଡ୍‌ ପାଇଛି।

ସୂଚନା ଅନୁସାରେ, ଗତ ୧୨ରୁ ୩ ଦିନିଆ ନାକ୍ ଟିମ୍‌ ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଆସିଥିଲା। ଜାତୀୟ ମୂଲ୍ୟାୟନ ଓ ଅଧିସ୍ୱୀକୃତି ପରିଷଦ ବା ‘ନାକ୍‌’ ଦ୍ଵାରା ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ‘ଏ’ ଗ୍ରେଡ୍‌ ମାନ୍ୟତା ମିଳିଛି। ସିଜିପିଏରେ ଫକୀରମୋହନ ଓଡ଼ିଶାର ଅନ୍ୟ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟକୁ ପଛରେ ପକାଇଛି। ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ୩.୧୮ ସିଜିପିଏ ମିଳିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ୩.୧୬ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ୩.୧ ସିଜିପିଏ ମିଳିଛି। ପୂର୍ବରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ‘ବି’ ଗ୍ରେଡ୍‌ ନାକ୍‌ ମାନ୍ୟତା ମିଳିଛି।

Leave A Reply

Your email address will not be published.