Odisha Link
Bridging the Missing Links in Odisha

ପାକିସ୍ତାନକୁ ଭାରତର କଡ଼ା ଜବାବ: ଆତଙ୍କବାଦ ବିରୋଧରେ ଉଠାଇଲା ସ୍ୱର

ଓଏଲ୍‌ ବ୍ୟୁରୋ: ପାକିସ୍ତାନକୁ ଭାରତର କଡ଼ା ଜବାବ। ଭାରତ ସୀମାରେ ବେଆଇନ ଭାବେ କବଜା କରି ରଖିଛି ପାକିସ୍ତାନ। ତୁରନ୍ତ ବେଆଇନ କବ୍ଜା ବନ୍ଦ କରିବାକୁ ମିଳିତ ଜାତିସଂଘରେ ଭାରତ କହିଛି। ଏହା ସହ ଆତଙ୍କବାଦ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ମିଳିତ ଜାତିସଂଘରେ ଭାରତ ପ୍ରତିନଧିଙ୍କ ପକ୍ଷରୁ କୁହାଯାଇଛି। ଆତଙ୍କବାଦ ପ୍ରସଙ୍ଗ ଉଠାଇ ଭାରତ କଡ଼ା ସମାଲୋଚନା କରିଛି।

ମିଳିତ ଜାତିସଂଘରେ ଭାରତ ପ୍ରତିନଧି ଆତଙ୍କବାଦୀ ତିଆରି କାରଖାନା ପାକିସ୍ତାନ ବନ୍ଦ କରୁ ବୋଲି କହିଛନ୍ତି। ଏହା ସହ ସେ କହିଛନ୍ତି, ଜମ୍ମୁକାଶ୍ମୀର ଓ ଲଦାଖ ଭାରତର ଏକ ଅଭିନ୍ନ ଅଙ୍ଗ। ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୂରେଇବା ଦରକାର ନାହିଁ। ୨୬/୧୧ ଆତଙ୍କବାଦୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ତୁରନ୍ତ ସେମାନଙ୍କ ବିରୋଧରେ ପଦକ୍ଷେପ ନେବାକୁ ଭାରତ ଦାବି କରିଛି। ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ପାକିସ୍ତାନର ପଦକ୍ଷେପ ଜରୁରୀ ବୋଲି ମିଳିତ ଜାତିସଂଘରେ ଭାରତ ପ୍ରତିନଧି କହିଛନ୍ତି।

Leave A Reply

Your email address will not be published.