Odisha Link
Bridging the Missing Links in Odisha

ବିଧାନସଭା ମୌସୁମୀ ଅଧିବେଶନ: ସ୍ୱାଧିକାର ଭଙ୍ଗ ନୋଟିସ୍‌କୁ ନେଇ ଗୃହ ସରଗରମ

ଓଏଲ୍‌ ବ୍ୟୁରୋ: ଚତୁର୍ଥ ଦିନରେ ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ଗତକାଲି ଭଳି ଆଜି ବି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିବ ବୋଲି ଆଶା କରାଯାଉଥିବାବେଳେ ପ୍ରଶ୍ନକାଳରେ ଆରମ୍ଭରୁ ଡାଲି ଜାତୀୟ ଚାଷ ଜମି ପ୍ରୋତ୍ସାହନରେ ଗୃହ ସରଗରମ ହୋଇଥିବା ଦେଖିବାକୁ ମିଳିଛି। ବିଧାୟକ ଭୂପିନ୍ଦର ସିଂଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି, ରାଜ୍ୟରେ ଡାଲି ଜାତୀୟ ଚାଷକୁ ସରକାର ଫୋକସ କରୁଛନ୍ତି।

ଏହା ପରେସ୍ୱାଧିକାର ଭଙ୍ଗ ନୋଟିସ୍‌କୁ ନେଇ ଗୃହ ସରଗରମ ହୋଇଉଠିଛି। ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଲେ ବିରୋଧୀଦଳ ମୁଖ୍ୟ ସଚେତକ। ଗତ ୨୫ରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ନେଇ ସ୍ୱାଧିକାର ଭଙ୍ଗ ନୋଟିସ ହୋଇଛି। ବିବୃତି ମାଗି ନ ଥିଲୁ, ନିଜ ଆଡୁ ମୁଖ୍ୟମନ୍ତ୍ରୀ ବିବୃତି ରଖିଲେ ବୋଲି ସେ କହିଛନ୍ତି। ଫାଇଭ ଟି ସଚିବଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ବିବୃତି ରଖିଥିଲେ। ବିବୃତି ରଖି ବିରୋଧୀମାନଙ୍କୁ ଜନବିରୋଧୀ କହିଥିଲେ। ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ, ଏହି ଶବ୍ଦକୁ ବାଦ୍‌ ଦିଅନ୍ତୁ ବୋଲି ମୋହନ ମାଝୀ କହିଛନ୍ତି।

ଅନ୍ୟପଟେ, ପୂର୍ତ୍ତ ମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଲା କଂଗ୍ରେସ। ଶୂନ୍ୟକାଳରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା। ବିଭାଗୀୟ ମନ୍ତ୍ରୀଙ୍କ ଖାମଖିଆଲି ଉତ୍ତର ନେଇ ସ୍ୱାଧିକାର ଭଙ୍ଗ ନୋଟିସ୍‌। ଏହା ସହ ବିରୋଧୀ ଦଳ ନେତା ଜୟ ନାରାୟଣଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ନାଁରେ ଆଣିଥିବା ଅଭିଯୋଗ ଉପରେ ନୋଟିସ୍ କରିଛନ୍ତି। ବିରୋଧୀ ପଲିଟିକାଲ ଗିମିକ୍‌ କରୁଛନ୍ତି ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି।

Leave A Reply

Your email address will not be published.