Odisha Link
Bridging the Missing Links in Odisha

ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ: ଏକ ଫାଇନାନ୍ସ ସଂସ୍ଥାର ଅଫିସ ପରିସରରେ ଲଗାଇଲେ ନିଆଁ

ଓଏଲ୍‌ ବ୍ୟୁରୋ: ରାୟଗଡ଼ା କାଶୀପୁର ବ୍ଲକ ଟିକିରିରେ ଦୁର୍ବୃତ୍ତମାନେ ଲଙ୍କାକାଣ୍ଡ କରିଥିବା ଖବର ସାମ୍ନାକୁ ଆସିଛି। ରାତି ଅଧରେ ୧୨ଟି ବାଇକ୍ ଜାଳିଦେଲେ ଦୁର୍ବୃତ୍ତ। ଏକ ଫାଇନାନ୍ସ ସଂସ୍ଥାର ଅଫିସ ପରିସରରେ ନିଆଁ ଲଗାଇବା ସହ ୧୨ଟି ବାଇକ୍ ଜାଳିଦେଲେ।

ଅଫିସ୍ କବାଟ ବାହାର ପଟୁ ବନ୍ଦ କରି ନିଆଁ ଲଗାଇ ଦେଇଦେଲେ। ତେବେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଅଫିସ ଭିତରେ ଶୋଇଥିବା କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ନିଆଁ ବ୍ୟାପିବା ପୂର୍ବରୁ କର୍ମଚାରୀଙ୍କୁ ଉଦ୍ଧାର ଯୋଗୁଁ ବଡ଼ ଅଘଟଣ ଟଳିଯାଇଛି।

Leave A Reply

Your email address will not be published.