Odisha Link
Bridging the Missing Links in Odisha

ଏସିଆନ୍‌ ଗେମ୍ସ: ସୁଟିଂରେ ପୁଣି ଭାରତକୁ ସ୍ୱର୍ଣ୍ଣ ପଦକ

ଓଏଲ୍‌ ବ୍ୟୁରୋ: ଭାରତ ପାଇଁ ଗର୍ବର ବିଷୟ। ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଏସୀୟ କ୍ରୀଡ଼ା ସୁଟିଂରେ ପୁଣି ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ସ୍ୱର୍ଣ୍ଣ। ଅଜୁର୍ନ ଚିମା, ସରବଜୋତ ସିଂ, ଶିବ ନରୱାଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ସେହିପରି ଏସିଆନ୍ ଗେମ୍ସରେ ସିଫ୍ଟ କୌର ସମ୍ରା ଭାରତର ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ସୁଟର ସିଫ୍ଟ କୌର ସମ୍ରା ୫୦ ମିଟର ରାଇଫଲ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି। ତେବେ ଏହା ଭାରତ ପାଇଁ ଗର୍ବର ବିଷୟ ପାଲଟିଛି। ଏଥିସହ ସୁଟିଂରେ ଭାରତକୁ ଆଉ ଏକ ରୌପ୍ୟ ପଦକ ମିଳିଛି। ପୁରୁଷ ସ୍କିଟ୍‌ ଇଭେଣ୍ଟରେ ରୌପ୍ୟ ଜିତିଲେ ଅନନ୍ତ ନାରୁକା। ୬ ସ୍ୱର୍ଣ୍ଣ, ୭ ରୌପ୍ୟ, ୧୦ ବ୍ରୋଞ୍ଜ ସହ ଭାରତକୁ ୨୩ ପଦକ ମିଳିଛି। ୨୫ ମିଟର ପିସ୍ତଲ ଇଭେଣ୍ଟରେ ମହିଳା ସୁଟର ଇଶା ସିଂଙ୍କୁ ରୌପ୍ୟ ମିଳିଥିବାବେଳେ ୨୩ ପଦକ ସହ ତାଲିକାର ଷଷ୍ଠ ସ୍ଥାନରେ ଭାରତ ରହିଛି।

ସୂଚନା ଅନୁସାରେ, ମହିଳା ୨୫ ମିଟର ପିସ୍ତଲ ବର୍ଗରେ ମନୁ ଭାକର, ଇଶା ସିଂ ଓ ରିଦିମ୍ ସଙ୍ଗଓ୍ବାନଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ମୋଟ୍ ପଦକ ସଂଖ୍ୟା ୨୩ରେ ପହଂଚିଛି। ଦ୍ବିତୀୟ ଦିନର ଖେଳ ଆରମ୍ଭରୁ ହିଁ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଥିଲା। ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ପାଇଥିଲା। ଭାରତର ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, ରୁଦ୍ରାକ୍ଷ ପାଟିଲ ଓ ଦିବ୍ୟାଶଂ ପାୱାରଙ୍କ ଟିମ୍‌ ମିଳିତ ଭାବେ ଗୋଲ୍ଡ ମେଡାଲ ହାସଲ କରିଥିଲେ।

ପରେ ଟିମ୍ ଇଣ୍ଡିଆ ଅଶ୍ଵାରୋହୀ ଡ୍ରେସେଜ୍ ଦଳ ୪୧ ବର୍ଷ ପରେ ଅଶ୍ଵାରୋହୀରେ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ବିଜେତା ହୋଇଛି। ସୁଦୀପ୍ତି ହାଜେଲା, ଦିବ୍ୟାକ୍ରାନ୍ତ ସିଂ, ହ୍ରିଦୟ ଛେଡା ଏବଂ ଅନୁଷ୍ ଅଗ୍ରୱାଲ ଏହା ହାସଲ କରିବାରେ ସଫଳ ହୋଇଛନ୍ତି। ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତକୁ ଚତୁର୍ଥ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ୨୫ ମିଟର ପିସ୍ତଲ ଟିମ୍‌ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ମିଳିଥିବା ଜଣା ପଡିଛି।

ଭାରତର ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, ରୁଦ୍ରାକ୍ଷ ପାଟିଲ ଓ ଦିବ୍ୟାଶଂ ପାୱାରଙ୍କ ଟିମ୍‌ ମିଳିତ ଭାବେ ଗୋଲ୍ଡ ମେଡାଲ ହାସଲ କରିଥିଲେ। ଏହି ତିନି ଖେଳାଳି ବ୍ୟକ୍ତିଗତ କ୍ୱାଲିଫିକେସନ୍‌ ରାଉଣ୍ଡରେ ସମୁଦାୟ ୧୮୯୩.୭ ପଏଣ୍ଟ ହାସଲ କରିଛନ୍ତି। ଫଳରେ ସେମାନେ ନୂଆ ରେକର୍ଡ ସ୍ଥାପନ କରି ଚୀନ୍‌ କରିଥିବା ବିଶ୍ୱ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ଏଥିସହ ଭାରତ ଆଜି ଏକ ବ୍ରୋଞ୍ଚ ପଦକ ବି ହାତେଇବାରେ ସକ୍ଷମ ହୋଇଛି। ଫଳରେ ସମୁଦାୟ ପଦକ ସଂଖ୍ୟା ୨୩ରେ ପହଞ୍ଚିଛି।

Leave A Reply

Your email address will not be published.